Home Breaking News / ତାଜା ଖବର ଜଳ କଷ୍ଟ ସହ ମୌଳିକ ସୁବିଧାରୁ ବଞ୍ଚିତ ଭିତର ଝୋଲା ଗ୍ରାମବାସୀ

ଜଳ କଷ୍ଟ ସହ ମୌଳିକ ସୁବିଧାରୁ ବଞ୍ଚିତ ଭିତର ଝୋଲା ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ୱର ରାଉତ) ସ୍ବାଧୀନତାର ଦୀର୍ଘ ୭୩ ବର୍ଷ ବିତିଯାଥିଲେ ସୁଦ୍ଧା ବିଭିନ୍ନ ମୌଳିକ ସୁବିଧା ରୁ ବଞ୍ଚିତ ହୋଇ ରହିଛନ୍ତି। ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷ୍ୟା, ରାସ୍ତା, ଗମନାଗମନ ,ଆବାସ ଗୃହ, ବିଧବା ଭତା, ଭଳି ଅନେକ ସମସ୍ୟା ରେ ବଞ୍ଚି ରହିଛନ୍ତି ଗ୍ରାମବାସୀ। ଏହିଭଳି ବିଭିନ୍ନ ମୌଳିକ ସମସ୍ୟାର ସମ୍ମୁଖୀନ ହୋଇ ବଞ୍ଚିରହିଚନ୍ତି ରାୟଗଡ ଜିଲ୍ଲାର କଲ୍ୟାସିଂହପୁର ବ୍ଲକ ସିକାର୍ପାଇ ପଞ୍ଚାୟତ ଅନ୍ତର୍ଗତ ଭିତରଝୁଲା ଗ୍ରାମର ଲୋକ। ଏହି ଗ୍ରାମରେ ଦୁଇ ସାହି ହେଇ ବାର ଘର ଆଦିବାସୀ ପରିବାର ରୁହନ୍ତି, ଲୋକସଂଖ୍ୟା ୬୦ ରୁ ଅଧିକ ଅଟେ। ଏମାନଙ୍କ ମୁଖ୍ୟ ଜୀବିକା ହେଲା ଦିନ ମଜୁରିଆ ନଚେତ୍ ଡଙ୍ଗର ପୋଡୁ ଚାଷ ଅଟେ। ପ୍ରାୟ ସମସ୍ତେ ଆଦିବାସୀ ଓ ଆର୍ଥିକ ଅନଗ୍ରସର ବର୍ଗ ଶ୍ରେଣୀର ଅଟନ୍ତି। ଏହି ଗ୍ରାମରେ ଦୁଇଟି ନଳକୂପ ରହିଛି ପୁରୁଣା ସାହିରେ ଅନ୍ୟଟି ତଳ ସାହିରେ ଯାହାକି ଖୋଲାହେଲା ସତ କିନ୍ତୁ ପାଣି ଯଥେଷ୍ଟ ବହାରୁନି ଆଉ ଉପର ସାହିର ନଳକୂପ ଖୋଲିବା ଦିନରୁ ଆଜ କୁ ଦଶ ବର୍ଷହେବ ଗୋଳିଆ ପାଣି ବାହାରିବା ଶହ ଅଧଘଣ୍ଟା ହନ୍ଦେଲ୍ ମାରିଲେ ମୁନ୍ଦିଏ ପାଣି ବାହାରି ବା କଷ୍ଟ ହେଉଛି। ଗ୍ରାମର ମହିଳା ପଲାଇ ମିନିଆକା, କମଳା କୁଲୁସିକା, ମାଲେ ମିନିୟକା କହିଛନ୍ତି କହିଛନ୍ତି କି ପାଣି ବିନା ଅନେକ ପରିବାର ଗାଁ ଛାଡି ଚାଲି ଯାଇଛନ୍ତି କାରଣ ଏଠି ମୌଳିକ ସୁବିଧା ସାତ ସପନ। ଏମାନଙ୍କ ପାଇଁ ପାନୀୟ ଜଳର ସାହାରା ପାଲଟିଛି ପାହାଡି ଝରଣା ପାଣି। ଏହି ପାଣି ପାଇଁ ଗ୍ରାମର ମହିଳା ମାନେ ୨ କିମି ଚାଲି ଯିବାକୁ ହୁଏ, ତାହାବି ପାହାଡ ଚଢି ବନ୍ ଜଙ୍ଗଲ ଦେଇ ଯିବାକୁ ପଡ଼େ। ଯାହା କି ଜଣେ ଲୋକ ଯିବା ସମ୍ଭବ ନୁହେଁ, ତେଣୁ ରାତି କିମ୍ବା ଜରୁରୀ ସମୟରେ ପାଣି ମିଳିବା କଷ୍ଟକର ହୋଇ ପଡ଼େ ବୋଲି ସୁଣ୍ଡୁରୁ ମିଣୀୟକା ରାମଚନ୍ଦ୍ର ହିକକା କହିଛନ୍ତି। ସେହିଭଳି ଶିକ୍ଷା କଥା ନ କହିବା ଭଲ କାରଣ ଏଠି ଅଙ୍ଗନ୍ୱାଡି କେନ୍ଦ୍ର ନାହିଁ ବିଦ୍ୟାଳୟ ଟିଏ ନାହିଁ ଯଦି କେହି ପାଠ ପଡ଼ିବା ପାଇଁ ଯାଏ ତାହେଲେ ୨ କିମି ବାଟ ଜଙ୍ଗଲ ରାସ୍ତା ଦେଇ ଯିବାକୁ ହୁଏ ଯାହା ଅସମ୍ଭବ ଛୋଟ ଶିଶୁ ମାନଙ୍କ ପାଇଁ କଦାପି ସହଜ ନୁହେଁ। ସ୍ବାସ୍ଥ୍ୟ ସେବା କହିଲେ ସିକରପାଈ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏକମାତ୍ର ଭରସା। ଗମନା ଗମନ ପାଇଁ ଏକ ପକା ସଡ଼କ ନାହିଁ ଏକ ପାଦ ଚଲା ବାଟ ଥିଲା ଯାହା ଏବେ ନୂଆ ମାଟି ପକାଇ ଚଲା ବୁଲା କରୁଛନ୍ତି ଯାହା ବର୍ଷା ମାସରେ ଚାଲିବା କଷ୍ଟ ହେବ ବୋଲି ଲକ୍ଷ୍ମଣ ମୀନୀୟକା ଦାସାଇ ମେଳକା କହିଛନ୍ତି ଏପରିକି ଗର୍ଭବତୀ ମହିଳା କିମ୍ବା ଗୁରୁତର ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଖଟିଆରେ ବୋହୋକି ନେବାକୁ ପଡ଼ିଥାଏ। ସେହିଭଳି ଆବାସ ଯୋଜନା, ଗ୍ରାମୀଣ ପାଇଖାନା, ଗୋଟିଏ ହେଲେ ନାହିଁ କିନ୍ତୁ ପ୍ରହ୍ରସନ୍ ପାଇଁ ବାହ୍ୟ ମଳ ମୁକ୍ତ ଗ୍ରାମ ବୋର୍ଡ ମାରିବା ହସ୍ୟପଦ ଓ ଗ୍ରାମବାସୀଙ୍କ ଖଟେଇ ହେଲାଭଳି ବୋଲି ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀଙ୍କ ପାନୀୟ ଜଳର ପାଇଁ ଝର ଜଳ ପ୍ରକଳ୍ପ କରି ଏକ କୁଣ୍ଡ କରି ପାଇପ୍ ଦ୍ଵାରା ଜଳ ଯୋଗାଇ ଦେବାକୁ ଦାବି କରିଛନ୍ତି। ଏନେଇ ସ୍ଥାନୀୟ ସରପଞ୍ଚ ଅମ୍ବିକା ସରକାଙ୍କୁ ପଚାରିବାରୁ ଅଳ୍ପ ଦିନ ତଳେ ଏକ ନଳକୂଅ ଖୋଲା ଯାଇଛି ସେହି ଜାଗାରେ ପାଣି ପଡୁନି ଅନୁତ୍ର ଚେଷ୍ଟା କରାଯିବ ବୋଲି କହୁଛନ୍ତି। ଏନେ ଅତିରିକ୍ତ ଭାବେ ଦାୟିତ୍ଵ ତୁଲାଇଥିବା ବି ଡି ଓ କାଳୁ ଚରଣ ନାୟକ ଙ୍କୁ ଯୋଗାଯୋଗ କରାଯିବାରୁ ତାହା ସମ୍ଭବ ହେଇ ପାରିନଥିଲା।

related posts

Leave a Comment