Home Breaking News / ତାଜା ଖବର ବିନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଉପରେ ସଚେତନ କରି ରୋଗୀଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା

ବିନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଉପରେ ସଚେତନ କରି ରୋଗୀଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): କରୋନା ମହାମାରୀ ପାଇଁ ରାଜ୍ୟ ସରକାର ସାରା ରାଜ୍ୟରେ ଲକ୍‌ଡାଉନ୍ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ।ଫଳରେ ଗ୍ରାମ ରୁ ସହର ସବୁଆଡେ ଦୋକାନ ବଜାର ବନ୍ଦ ରହିବା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀମାନକୁଂ ସଚେତନ କରି ଶୁଖିଲା ଖାଦ୍ୟ ଓ ଫଳ ବଂଟନ କରାଯାଇଥିଲା ।ଏଇ ଅଦୃଶ୍ୟ ଶକ୍ତି କରୋନା ମହାମାରୀ ପାଇଁ ନିଜ ଲୋକ ପର ହେଉଛନ୍ତି । କରୋନା କାଳରେ ଖାଦ୍ୟ ବଂଟନ କରି ମାନବିକତାର ପରିଚୟ ଦେଖାଇଛନ୍ତି ଆଞ୍ଚଳିକ ସାମ୍ବାଦିକ ସଂଘ , ବିନିକା ବ୍ଲକ ଅଧ୍ୟକ୍ଷ ,ବିନିକା ରାଜସ୍ୱ ବିଭାଗ, ବିନିକା ବ୍ଳକ ଓ ଏନଏସି ପ୍ରଶାସନ ଏବଂ ବିନିକା ପୋଲିସ ଏବଂ ସ୍ବାସ୍ଥ୍ୟ ବିଭାଗ ।ଗତକାଲି ସଂନ୍ଧ୍ୟାରେ ବିନିକା ଆଞ୍ଚଳିକ ସାମ୍ବାଦିକ ସଂଘର ନେତୃତ୍ୱରେ ପ୍ରଶାସନିକ ଅଧିକାରୀ ମିଲିତ ଆନୁକୁଲ୍ୟରେ ବିନିକା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ କରୋନା ଉପରେ ସଚେତନତା କରିବା ସହ କଦଳୀ,ସେଓ ଏବଂ ଶୁଖିଲା ଖାଦ୍ୟ ଚୁଡା,ଚିନି ଆଦି ଜିନିଷ ବଣ୍ଟନ କରିଥିଲେ ।ଫଳରେ ରୋଗୀକଂ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା ।ଏଥିରେ ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ,ବିନିକା ତହସିଲଦାର,ଅଲେଖ ଘୁଟା, ବିଡିଓ ବ୍ୟାସଦେବ ବେହେରା,ଏନଏସି ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ନାଏକ,ଥାନା ଅଧିକାରୀ ପବିତ୍ର କୁମାର ସାହୁ,ବିନିକା ଗୋଷ୍ଟି ସ୍ୱସ୍ତ୍ୟ କେନ୍ଦ୍ରର ଡାକ୍ତର ଜୟପ୍ରକାଶ ପଧାନ,ଦିଲ୍ଲିପ ପାଣ୍ଡିଆ,ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା,ମନୋଜ ସାହୁ,ବିନୟ ମେହେର , ରାମ ଗୋପାଳ ବାଗ ଙ୍କ ସମେତ ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ଅକ୍ଷୟ କୁମାର ପୁଜାହାରୀ,ଦିଲ୍ଲିପ କୁମାର ସାହୁ,ଦଧିବାମନ ନାୟକ,ନରସିଂହ ପଧାନ,ଅଶୋକ ପଣ୍ଡା,ପରକ୍ଷୀତ ବାଗ, ବିପ୍ଲବ ରଂଜନ ଦାଶ,ମିଥୁନ ବାରିକ,ଶ୍ରୀବତ୍ସ ମଣ୍ଡଳ,ବିକାଶ ମହାନ୍ତି,ସଂଗ୍ରାମ ଶେଖର ହୋତା,ସୁବ୍ରତ ମିଶ୍ର,ସନାତନ ପୁଜାହାରୀ,ରାଜା ସାହୁ , ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

related posts

Leave a Comment