Home Breaking News / ତାଜା ଖବର ଗିରଫ ଅଭିଯୁକ୍ତ କୋର୍ଟରେ ବଦଳି ଗଲା

ଗିରଫ ଅଭିଯୁକ୍ତ କୋର୍ଟରେ ବଦଳି ଗଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲା ମାହାଙ୍ଗା ଥାନା ଛାତ୍ରତୋଟା ନିକଟ ରାଧେ ରାଧେ ଢାବାରୁ ବିପୁଳ ସଂଖ୍ୟାରେ ଚୋରମଦ ଜବତ କଲା ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ୱାର୍ଡ, ଚୋରା ମଦ ବିକ୍ରି ଅଭିଯୋଗରେ ଢ଼ାବା ମାଲିକ ତଥା ଚାହାପଡା ସରକାରୀ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଗିରଫ କୁ ଗିରଫ ବି କଲା। ହେଲେ କୋର୍ଟ ରେ ପହଞ୍ଚିଲା ବେଳକୁ ବଦଳି ଗଲା ଗିରଫ ବ୍ୟକ୍ତି। ଏଠାରେ ମାମୁଁ ଙ୍କୁ ରଙ୍ଗେ ହାତ ଗିରଫ କଲା ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କାର୍ଡ ଆଉ କୋର୍ଟ ରେ ହାଜର ହେଲେ ଭଣଜା। ଦେଖନ୍ତୁ ଏହି ଦୁଇଟି ଫଟୋ କୁ, ଗିରଫ ହୋଇ ଗାଡ଼ି ଭିତରକୁ ପୋଲିସ ନେଉଥିବା ବ୍ୟକ୍ତି ମୋଟା ଆକୃତି ର ଥିବା ବେଳେ ସାଲେପୁର କୋର୍ଟ ରେ ହାଜର ହେଉଥିବା ବ୍ୟକ୍ତି ଜଣକ ପତଳା ଅଟନ୍ତି। ଗାଡ଼ି ଭିତରେ ଜଣେ ମୋଟା ଲୋକ ପସିଲା ଆଉ ବାହାରିଲା ବେଳକୁ ପତଳା। ଏହା ସମ୍ଭବ ହେଲା କିପରି ? ଶିକ୍ଷକଙ୍କୁ ଖସାଇବାକୁ ନୂଆ ତରିକା କ’ଣ ଆପଣେଇଲା ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କାର୍ଡ ? ତାହା ଏବେ ତଦନ୍ତ ର ଆବଶ୍ୟକତା ଅଛି। ସୂଚନା ମୁତାବକ ଶିକ୍ଷକ ଙ୍କୁ ଖସାଇବାକୁ ଚାଲିଥିଲା ଜୋରଦାର ଉଦ୍ୟମ।

related posts

Leave a Comment