Home Breaking News / ତାଜା ଖବର କଟକ ଜିଲ୍ଲା କଂଗ୍ରେସ ଆରମ୍ଭ କଲା ନିଶୁଳ୍କ ଆମ୍ବୁଲାନ୍ସ ସେବା

କଟକ ଜିଲ୍ଲା କଂଗ୍ରେସ ଆରମ୍ଭ କଲା ନିଶୁଳ୍କ ଆମ୍ବୁଲାନ୍ସ ସେବା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ(ଗୁରୁଦତ୍ତ ମହାନ୍ତି): ବର୍ତ୍ତମାନ କୋଭିଡ ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ନାହିଁ ନଥିବା ଅସୁବିଧା ହେଉଛନ୍ତି ଜନ ସାଧାରଣ। ଏହାର ନିରାକରଣ ପାଇଁ ଗୋଟିଏ ପାଦ ଆଗେଇଛି କଟକ ଜିଲ୍ଲା କଂଗ୍ରେସ ଓ ଛାତ୍ର କଂଗ୍ରେସ। କଟକ ସହରର ଶକ୍ତିନଗର ସ୍ଥିତ କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ କଟକ ଜିଲ୍ଲା କଂଗ୍ରେସ ଓ ଛାତ୍ର କଂଗ୍ରେସର ସହଯୋଗରେ କୋଭିଡ଼ ୧୯ ରେ ପୀଡିତ ରୋଗୀମାନଙ୍କୁ ତ୍ୱରିତ ସାହାଯ୍ୟ କରିବା ପାଇଁ କଟକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିନାଶୁଳ୍କରେ ଆମ୍ବୁଲାନ୍ସ ସେବା ଉଦଘାଟନ କରାଯାଇଛି। ଦୁଇଟି ଆମ୍ବୁଲାନ୍ସ ଆଜିଠାରୁ ସେବା ଯୋଗାଇବା ପାଇଁ ରାସ୍ତାରେ ଗଡ଼ିଛି। ୨୪ ଘଣ୍ଟିଆ ସେବା ଯୋଗାଇବା ପାଇଁ ସଦା ସର୍ବଦା ତତ୍ପର ରହିବ। ଏହି ଆମ୍ବୁଲାନ୍ସ ସେବାକୁ କଂଗ୍ରେସର ପୂର୍ବତନ ମିଡ଼ିଆ ସେଲ ଚେୟାରମ୍ୟାନ ସତ୍ୟପ୍ରକାଶ ନାୟକ ଉଦ୍ଘାଟନ କରିଥିଲେ।କଟକ ଜିଲ୍ଲା କଂଗ୍ରେସ ସଭାପତି ଶ ମାନସ ରଞ୍ଜନ ଚୌଧୁରୀଙ୍କ ଅସୁସ୍ଥତା କାରଣରୁ ଯୋଗ ଦେଇପାରିନଥିଲେ ।ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଓଡିଶା ଯୁବ କଂଗ୍ରେସ ଉପ ସଭାପତି ଅଭିଳାଷ ମାଣିଆ, ଯୁବକଂଗ୍ରେସ ସାଧାରଣ ସମ୍ପାଦକ ଡ଼ା. ବିପ୍ଳବ ଶିଲାଦିତ୍ୟ ଓ ବରିଷ୍ଠ ନେତୃମଣ୍ଡଳୀ ବୃନ୍ଦ ଉପସ୍ଥିତ ରହି ଏହି ଶୁଭାରମ୍ଭ କାର୍ଯ୍ୟ ସମ୍ପାଦନ କରିଥିଲେ।

related posts

Leave a Comment