ରାୟଗଡ଼(ଧନେଶ୍ୱର ରାଉତ) କୋରାପୁଟ ଲୋକସଭା ସାଂସଦ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଳାକା ଙ୍କ ସୁପୁତ୍ର ସପ୍ତଗିରୀ ଉଲକାଙ୍କ କର କମକରେ ରାୟଗଡ଼ ଠାରେ ଦୁଇଟି ପାନୀୟ ଜଳ ଏ ଟି ଏମ୍ ଉଦ୍ଘାଟନ ହେଇଛି। ମାନ୍ୟବର ସାଂସଦ ସହରର ରୋହିତ କଲୋନୀ, ସାଇ ଇନଟେରନେଶ୍ନଲା ଛକ ରେ ଏହି ଜଳ ପ୍ରକଳ୍ପ କୁ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ପାନୀୟ ଜଳର କ୍ଲିଷ୍ଟତା କୁ ଅନୁଭବ କରି ଏହାର ବ୍ୟବସ୍ଥା କରାଗଲା ବୋଲି ଶ୍ରୀ ଉଲକା କହିଛନ୍ତି। ଏହି ପ୍ରକଳ୍ପ ପାଇଁ ସାଂସଦ ପାଣ୍ଠିରୁ ୧୨ ଲକ୍ଷ ଟଙ୍କା ବିନିମୟରେ ଯୋଗାଇ ଦିଆଯାଇଛି। ସେହି ଭଳି ସହରର ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିବା ବ୍ୟବସ୍ଥା କରାଯାଇଥିଲା। ସାଂସଦ ଅନ ଅଗ୍ରସର କୋରାପୁଟ ନିର୍ବାଚନ ମଣ୍ଡଳୀରେ କ୍ଷେତ୍ର ପାଇଁ ମେଡିକାଲ୍, ପୋଲ, ସୁପର ସ୍ପେଶଲିଟି ମେଡିକାଲ୍, ଭଳି ଅନେକ ଗମ୍ଭୀର ସମସ୍ୟାର ସମାଧାନ ପାଇଁ ଲୋକସଭା ସଦନରେ ପ୍ରସନ୍ନ କାଳରେ ପ୍ରଶ୍ନ କରି ବେଶ୍ ଚର୍ଚ୍ଚିତ ହୋଇଥିବା ବେଳେ ଏହି ଲୋକାର୍ପଣ ଜନ ସାଧାରଣ ଭୂରୀୟସି ପ୍ରଶଂସା କରିବା ସହ ସ୍ବର୍ଗତ ପିତା ରାମଚନ୍ଦ୍ର ଉଲୁକା ଙ୍କୁ ମନେ ପକାଇ ଛନ୍ତି।
ସାଂସଦ ସପ୍ତ ଗିରି ଉଲାକାଙ୍କ ପାଣି ଏଟିଏମ୍ ଉଦଘାଟନ
Share with