Home Breaking News / ତାଜା ଖବର ଭୈରବ ସ୍ନାତକ ମହାବିଦ୍ୟାଳୟରେ କୋଭିଡ୍ ସଚେତନତା ଭରଚୁଏଲ କର୍ମଶାଳା

ଭୈରବ ସ୍ନାତକ ମହାବିଦ୍ୟାଳୟରେ କୋଭିଡ୍ ସଚେତନତା ଭରଚୁଏଲ କର୍ମଶାଳା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡାବୁଗାଁ(ଜି॰ ବିନୋଦ କୁମାର): ନବରଙ୍ଗପୁର ଜିଲାର ଅଗ୍ରଣୀ ସ୍ନାତକ ମହାବିଦ୍ୟାଳୟ – ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ବୈଦୁତିକ ମାଧ୍ୟମରେ ଗୁଗୁଲ ମିଟ ଜରିଆରେ ଭାରଚୁଏଲ୍ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାକୁ ସମ୍ପୃକ୍ତ ମହାବିଦ୍ୟାଳୟ ର ଅଧକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ସମସ୍ତଙ୍କୁ ନିମନ୍ତ୍ରଣ କରି ନିଜ ହସ୍ତରେ ଉଦଘାଟନ କରିଥିଲେ । ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ଅତିଥି ଓଡ଼ିଶାର ଏନ୍,ଏସ୍,ଏସ୍ ର ପ୍ରଶିକ୍ଷକ ପ୍ରଧ୍ୟାପକ ଡ.ନିରଦ ବରଣ ଖୁଣ୍ଟିଆ କର୍ମଶାଳାକୁ ଭୁୟସି ପ୍ରଶଂସା କରିବା ସହ୍ ୧୫ ଦଫା ସଚେତନତା ର ମନ୍ତ୍ର ସ୍ଵେଛାସେବୀ ଙ୍କୁ ବୁଝାଇଥିଲେ । ଉକ୍ତ କର୍ମଶାଳାରେ ମୁଖ୍ୟବକ୍ତା ଭାବେ ନବରଙ୍ଗପୁର ଜିଲା ମାଟିର ସୁଯୋଗ୍ୟ ସନ୍ତାନ ଅଧୁନା ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡା. ଅବିନାଶ ମହାନ୍ତି ଅତି ମହତ୍ଵପୂର୍ଣ ସୁଚନା ପ୍ରଦାନ କରିବା ସହ ଆଗାମୀ ଦିନରେ ସମସ୍ତ ଯୁବ ବର୍ଗଟୀକା ଗ୍ରହଣ ପାଇଁ ପଞ୍ଜିକୃତ କରାଇବା ପାଇଁ ଆହ୍ୱାନ ଦେଇ ଥିଲେ । ନବରଙ୍ଗପୁର ଜିଲ୍ଲାର ଏନ୍.ଏସ୍.ଏସ୍. -ଜିଲ୍ଲା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଅଧୁନା ଓଡିଶା -ଏନ୍. ଏସ୍. ଏସ୍.ଦ୍ୱାରା ଚାଲିଥିବା ସଚେତନତାର ଶୃଙ୍ଖଳାରେ ଭାରଚୁଏଲ କର୍ମଶାଳା ଜିଲ୍ଲାରେ ଡାବୁଗାଁ ମହାବିଦ୍ୟାଳୟ ରୁ ଆରମ୍ଭ କରାଯାଇ ଥିବାରୁ ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ସମସ୍ତ ମହାବିଦ୍ୟାଳୟ ରେ ଏହିପରି କାର୍ଯ୍ୟକ୍ରମ କରାଯିବ ବୋଲି ସୁଚନା ଦେଇଥିଲେ।ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ ନବରଙ୍ଗପୁର ମହାବିଦ୍ୟାଳୟ ଏ ନ୍ ଏସ୍ ଏସ୍ ସଂଯୋଜକ ଶମ୍ଭୁ ପ୍ରସାଦ ହୋତା ଏବଂ ଅଧ୍ୟାପକ ଜଗମୋହନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟ ଅଧକ୍ଷ, ଏନ୍.ଏସ୍.ଏସ୍. ପ୍ରୋଗ୍ରାମ ଅଫିସର୍ସ୍, ରେଡକ୍ରସର କାଉନ୍ସିଲର୍ସ ମାନଙ୍କ ସହ ପ୍ରାୟ ଶତାଧିକ ସ୍ଵେଛାସେବୀ, ଗୁଗୁଲ ମିଟ, ଫେସ ବୁକ ଓ ୟୁଟ୍ୟୁବ ଜରିଆରେ ଯୋଗ ଦେଇଥିଲେ । ପ୍ରକୃତରେ ଉକ୍ତ କର୍ମଶାଳା ସମସ୍ତଙ୍କ ପାଇଁ ମାର୍ଗ ଦର୍ଶକ ହୋଇଥିବ ବୋଲି ମତ ପ୍ରକାଶ ପାଇଥିଲା।

related posts

Leave a Comment