Home Breaking News / ତାଜା ଖବର ନିୟମଗିରି ଅଞ୍ଚଳରେ ସ୍ୱାବ ଟେଷ୍ଟିଂ ପାଇଁ ନାକେଦମ୍ ହେଲେଣି ପ୍ରଶାସନ ଅଧିକାର

ନିୟମଗିରି ଅଞ୍ଚଳରେ ସ୍ୱାବ ଟେଷ୍ଟିଂ ପାଇଁ ନାକେଦମ୍ ହେଲେଣି ପ୍ରଶାସନ ଅଧିକାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ୱର ରାଉତ) ନିରାଡମ୍ବର ଜୀବନଯାପନ କରୁଥିବା ବିରଳ ଓ ଲୁପ୍ତ ପ୍ରାୟ ବଂଶଧର ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର କିଛି ଲୋକଙ୍କ ଠାରେ ମହାମାରୀ କରୋନ ର ସଂକ୍ରମଣ ଦେଖାଦେବା ପରେ ଚିନ୍ତାରେ ପ୍ରଶାସନ। ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତ ଅଧିନସ୍ତ ନିୟମଗିରି ଅଞ୍ଚଳରେ ସ୍ଥାନୀୟ ଡଙ୍ଗରିଆ ଲୋକ କିଛି କୋରନାରେ ସଂକ୍ରମଣ ହେବା ପରେ ପ୍ରଶାସନର ନିଦ ହଜି ଯାଇଛି। ସରପଞ୍ଚଙ୍କ ସମେତ 19 ଜଣ କରନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ଏବେ ଚିନ୍ତାରେ ପ୍ରଶାସନ ଅଧିକାରୀ। ପାର୍ସାଲି ପଞ୍ଚାୟତର ନିର୍ଗୁଣ୍ଡି , ଫାକେରି , ବୁଡୁନି ଏବଂ ଶୁନାଖଣ୍ଡି ପଞ୍ଚାୟତର ଟେବାଗୁଡ଼ା ଗାଁର ଡଙ୍ଗରିଆ ସମ୍ପ୍ରଦାୟର ଲୋକ କରନା ଆକ୍ରାନ୍ତ ଚିହ୍ନଟ ପରେ ଆଜି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ର ସ୍ଵତ୍ୱନ୍ତ୍ର ଅଧିକାରୀ ମଦନ ମୋହନ ଧଳ ,ବିଡ଼ିଓ କାଳୁ ଚରଣ ନାୟକ ଓ ଡାକ୍ତରୀ ଟିମ୍ ସହ ଗାଁ କୁ ଯାଇ ଲୋକଙ୍କୁ ସ୍ଵାବ ଟେଷ୍ଟିଂ ପାଇଁ କହିଲା ପରେ ବି ଲୋକେ ମାନୁ ନ ଥିବା ଦେଖା ଦେଇଛି। ଏଇ ସମ୍ପ୍ରଦାୟର ଲୋକେ ଚେର ମୁଳି ଉପରେ ଅଧିକା ବିଶ୍ୱାସ ରହିଛି ସେଥିପାଇଁ ଏଇ ସମୟରେ ପ୍ରଶାସନ ଅଧିକାରୀ ତାଙ୍କ ଗାଁ କୁ ଯିବା ପରେ ସେମାନେ ଭୟରେ ଘରରୁ ହିଁ ବାହାରୁ ନାହାନ୍ତି। ପ୍ରଶାସନ ଅଧିକାରୀ ଲୋକଙ୍କୁ ବୁଝାଇ ବୁଝାଇ ନାକେଦମ୍ ହେଲାଣି। ଦୁର୍ଗମ ଅଞ୍ଚଳରେ ଲୋକେ ଏବେ ବି ସଚେତନ ନାହାନ୍ତି ଏହିଭଳି ଅନେକ ଗ୍ରାମରେ ପ୍ରଶାସନ ପହଞ୍ଚି ପାରିନି । ତେବେ ଆଦିମ ଜନଜାତି ର ଏଇ ନିରୀହ ଲୋକଙ୍କୁ ପ୍ରଶାସନ କେମିତି ବୁଝେଇ ପାରିବ ତାହା ଦେଖିବାକୁ ରହିଲା । ଯଦି ଏହି ଲୋକଙ୍କୁ ବୁଝାଇବା ରେ ପ୍ରଶାସନ ବିଫଳ ହୁଏ ତାହେଲେ ଏହି ବଂଶ ସମ୍ପୂର୍ଣ୍ଣ ଲୋପ ପାଇଯିବ ତେଣୁ ଜନ ସାଧାରଣ ଲୋକଙ୍କ ମତ ଏହିକିଯେ ଏବେ ଡଙ୍ଗରିଆ କନ୍ଧମାନଙ୍କ ଅନେକ ଲୋକ ଶିକ୍ଷିତ ହୋଇ ଚାକିରୀ କଲେଣି ଆଉ ଅଧିକ ଶିକ୍ଷା ଲାଭ କରି ଆଧୁନିକତା ବିଷୟରେ ଜ୍ଞାତା ହେଲେଣି ସେମାନଙ୍କୁ ଏଥି ନିମନ୍ତେ ବ୍ୟବହାର କଲେ ଭଲ ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି।

related posts

Leave a Comment