Home Breaking News / ତାଜା ଖବର ବେଗୁନିଆପଡା ବ୍ଲକରେ କରୋନା ମୁକାବିଲାର ସମୀକ୍ଷା କଲେ ବିଧାୟିକା ଲତିକା ପ୍ରଧାନ

ବେଗୁନିଆପଡା ବ୍ଲକରେ କରୋନା ମୁକାବିଲାର ସମୀକ୍ଷା କଲେ ବିଧାୟିକା ଲତିକା ପ୍ରଧାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁ ମିଶ୍ର): କରୋନାର ଦ୍ୱତୀୟ ଲହରୀର ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି ବେଗୁନିଆପଡା ବ୍ଲକ ପ୍ରଶାସନ | ଏହାର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ |ଏଥିପାଈଁ ଆଜି କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକ ଗସ୍ତ କରି କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସମୀକ୍ଷା କରିଥିଲେ ା
ବର୍ତ୍ତମାନ ସମୟରେ ଅନ୍ୟ ରାଜ୍ୟରୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ ସେମାନଙ୍କୁ ଗୃହ ସଙ୍ଗରୋଧରେ ରଖିବା ପାଇଁ ପ୍ରସ୍ତୁତି କରିବା ପାଇଁ କହିଥିଲେ ବିଧାୟିକା | ବ୍ଲକରେ ଚାଲିଥିବା ଟୀକାକରଣର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ | ପ୍ରଥମ ଡୋଜ ଟୀକାକରଣକୁ ବ୍ଲକରେ ସମ୍ପୂର୍ଣ୍ଣ ରୂପେ କରିବା ପାଇଁ ପରାମର୍ଶ ଦେଇଥିଲେ | ମେଡ଼ିସିନ ଷ୍ଟୋର ଓ ଗ୍ରାମାଞ୍ଚଳରେ ଥିବା ବେଆଇନ କ୍ଲିନିକ ଉପରେ ଚଢ଼ାଉ କରି ପଦକ୍ଷେପ ନେବା ପାଇଁ ତହସିଲଦାରଙ୍କୁ ଅବଗତ କରିଥିଲେ ବିଧାୟିକା | ସମସ୍ତ ସରପଞ୍ଚ ଓ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ whats app ଗ୍ରୁପ କରି ସମସ୍ତ ସୁବିଧା ଓ ଅସୁବିଧା ବିଷୟରେ ଅବଗତ ପାଇଁ ତହସିଲଦାରଙ୍କୁ କହିଥିଲେ |

ବେଗୁନିଆପଡା ବଜାର ମଧ୍ଯରେ ଲାଗି ରହୁଥିବା ଜନଗହଳିକୁ ରୋକିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ ବିଧାୟିକା | ଏହିସମୟରେ ବେଗୁନିଆପଡା ବ୍ଳକର ବିଡିଓ ବେଦବର ପ୍ରଧାନ ଓ ତହସିଲଦାର ଅବନୀ କାନ୍ତ ସାହୁ, କୋଦଳା ଆଇଆଇସି ଦେବାଶିଷ ମହାନ୍ତି,କୋଦଳା ସ୍ୱାସ୍ଥ୍ୟ ଅଧିକାରୀ ସୁଜିତ କୁମାର ବେହେରା, ବିଇଓ କମଳ କାନ୍ତ ସାହୁ, ସିଡ଼ିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ,ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡୀ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ,ବିଜୁ ଶ୍ରମିକ ସାମୁଖ୍ୟର ଉପସଭାପତି ବିଜୟ କୁମାର ନାୟକ,ବିଭିନ୍ନ ପଞ୍ଚାୟତର ସରପଞ୍ଚ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

related posts

Leave a Comment