Share with
ଆରବସାଗରରେ ସାମୁଦ୍ରିକ ବାତ୍ୟା ତୌତେର ପ୍ରଭାବ ଥମିନି, ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ । ଲଘୁଚାପ ଆଗକୁ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । ପ୍ରତିବର୍ଷ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେଲେ ବାତ୍ୟାରେ ପରିଣତ ହୁଏ, ଏହାର ପ୍ରଭାବ କଣ ଓଡିଶାବାସୀ ଭଲ ଭାବେ ଜାଣିଛନ୍ତି । ପ୍ରତ୍ୟକ ବର୍ଷ ବାତ୍ୟାର ମୁକାବିଲା କରୁଥିବା ଓଡିଶା ମୁଣ୍ଡ ଉପରେ ଏବେ ପୁଣି ଏକ ବାତ୍ୟା ଝୁଲିଲାଣି । କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରାଳୟ ସଚିବ ମାଧବନ ରାଜୀବନ ଏ ନେଇ ଟୁଇଟ୍ କରିଛନ୍ତି । ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ତୌତେକୁ ନେଇ ଆଗରୁ ସମସ୍ତ ଆକଳନ ଠିକ୍ ହୋଇଥିବାରୁ , ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପକୁ ନେଇ ଆକଳନ ଉପକୂଳ ଓଡିଶା ପାଇଁ ଚିନ୍ତା ସୃଷ୍ଟି କରିଛି ।
- ଆସନ୍ତା ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ
- ଲଘୁଚାପ ଆଗକୁ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ
- ଲଘୁଚାପ ସୃଷ୍ଟି ହେବା ପରେ ଗତିପଥ ଓ ପ୍ରଭାବ ନେଇ କରାଯାଇପାରିବ ଆକଳନ