Home Breaking News / ତାଜା ଖବର ପିପିଏଲରେ ଶ୍ରମିକଙ୍କ ଆନ୍ଦୋଳନ

ପିପିଏଲରେ ଶ୍ରମିକଙ୍କ ଆନ୍ଦୋଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ସୁମନ ଜେନା): ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଫସଫେଟସ୍ ଲିମିଟେଡ଼ (ପି ପି ଏ ଲ) ରେ କାମକରୁଥିବା ଶ୍ରମିକ ମନେ ୪ଦିନ ଧରି ଆନ୍ଦୋଳନ ରେ ବସିଛନ୍ତି ,P.P.D.M.U.ଶ୍ରମିକ ମାନେ ,ଦୀର୍ଘ ଦିନ ଧରି କାମ କରି ଆସୁଥିବା ବେଳେ, କିଛି ଲୋକାଲ ସଙ୍ଗଠନ କୁ ଧରି ୨୦୦ ଶ୍ରମିକ ଙ୍କୁ କାମ ଯୋଗାଇ ଦେଇଥିବାରୁ ଏହାର ଦୃଢ ପ୍ରତିବାଦ କରିଛି ପାରାଦ୍ୱୀପ ପୋର୍ଟ ଅଣ୍ଡ ଡକ ମଜଦୁର ୟୁନିଅନ,ପୃର୍ବରୁ ଏହି ସଂଘର ଶତାଧିକ ଶ୍ରମିକ ପିପିଏଲ ପରିସରରେ ଧାରଣାରେ ବସିଛନ୍ତି।କରୋନା ସମୟରେ ସରକାର ସର୍ବନିମ୍ନ ଲୋକଙ୍କୁ ନେଇ କାମକରିବା ପାଇଁ ନିର୍ଦେଶ ଦେଇଛନ୍ତି।ମାତ୍ର କମ୍ପାନୀ ଏହି ସମୟରେ ବାହାରୁ କିପରି ଲୋକ ଆଣି କାମ କରୁଛନ୍ତି, ଏହା ଏକ ବଡ ପ୍ରଶ୍ନବାଚି ସୃଷ୍ଟି କରିଛି।ଏହା ସହ ଶିଳ୍ପ ଯୋଗୁ ଜମି ହରାଇଥିବା ଓ ବେକାର ହୋଇ ବୁଲୁଥିବା ଲୋକମାନଙ୍କୁ ଅଣଦେଖା କରାଯାଇ ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଇଛି।ଏଣୁ ଏହା ବିରୋଧ ରେ P.P.D.M.U ସଂଘ ଜୋରଦାର ଆନ୍ଦୋଳନ କରିବ ବୋଲି ଶ୍ରମିକ ମାନେ କହିଛନ୍ତି। ଅନ୍ୟ ପଟେ କାମ ଆମେ ବନ୍ଦ କରିନୁ ,ସେ ମନେ ବନ୍ଦ କରିଛନ୍ତି,କାମ ବଢିଲେ ଆମେ ପିଲାଙ୍କୁ ରଖିବୁ ,ନୂଆ ପିଲାଙ୍କୁ ଟେଷ୍ଟ କରି ନିଯୁକ୍ତି ଦେଉଛୁ ଏଥିରେ କୌଣସି ସଙ୍ଗଠନ ର କିଛି ନାହିଁ ବୋଲି ଆମ ପ୍ରତିନିଧି ଙ୍କ ସହ ଟେଲି ଫୋନ ମାଧ୍ୟମରେ H.R.ଶ୍ରୀ ଖୁଣ୍ଟିଆ ମତ ରଖିଛନ୍ତି ।

related posts

Leave a Comment