Home Breaking News / ତାଜା ଖବର ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ସ୍ଥାନୀୟ ପ୍ରଶାସନର ଅବହେଳା

ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ସ୍ଥାନୀୟ ପ୍ରଶାସନର ଅବହେଳା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାଶୀନଗର(ପ୍ରଶାନ୍ତ ସାହୁ): କାଶୀନଗର ବଂଶଧାରା ନଦୀ କୁଳ ବାଲୁକା ପଠାରେ କାଶୀନଗର ଏନଏସି ତରଫରୁ ଏକ ଅସ୍ଥାୟୀ ବଜାର ନିର୍ମାଣ ହୋଇଅଛି । ଅଞ୍ଚଳବାସୀ ସେଟାକୁ ଯାଇ କିନା ବିକା କରନ୍ତି । ବର୍ତ୍ତମାନ କୋଭିଡ କଟକଣା ଯୋଗୁଁ ସ୍ୱଳ୍ପ ବ୍ୟବସାୟୀଙ୍କୁ ନେଇ ବଜାର ହାଟ କରିବା ପାଇଁ ଅନୁମତି ଦେଇଥିଲେ ଜିଲ୍ଲା ପ୍ରଶାସନ। କାଶୀନଗର ଏନଏସି କତ୍ତୃପକ୍ଷ ଟିକସ ଆଦାୟକାରୀଙ୍କୁ ଲୋକମାନେ ଯେମିତି କୋଭିଡ ନିୟମ ମାନି କିଣାବିକା କରିବେ ସେ ଦାୟିତ୍ଵ ଦିଆଯାଇଥିଲା ।କିନ୍ତୁ ଏଠାରେ ସବୁ ଓଲଟା ।

କୋଭିଡ ନିୟମକୁ ନା ମାନୁଛନ୍ତି ଜନସାଧାରଣ ନା ପ୍ରଶାସନ ପକ୍ଷରୁ ରହିଛି କଟକଣା । ନଦୀ ଆର ପାରିରୁ ଆନ୍ଧ୍ର ପ୍ରଦେଶର ୮ଟି ଗ୍ରାମର ଲୋକ ମାନେ କିଣାବିକା ପାଇଁ ଶହଶହ ଲୋକ ଆସି ପରିବା ବଜାରରେ ଭିଡ ଜମାଉଛନ୍ତି । ପ୍ରତ୍ୟେକ ଦିନ ସକାଳ ୬ଟା ରୁ ୯ଟା ପର୍ଯ୍ୟନ୍ତ ୩ଘଣ୍ଟା ଧରି ଏହି ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି । ଲୋକଙ୍କ ଗହଳିକୁ ଭାଙ୍ଗିବା ବଦଳରେ ଏନଏସି କତ୍ତୃପକ୍ଷ ଓ ପୋଲିସ ପ୍ରଶାସନ କୋଭିଡ କଟକଣାକୁ ଏଠି ସତେ ଯେମିତି ପ୍ରଭାବ ଶୂନ୍ୟ । ଫଳରେ କୋଭିଡ ସଂକ୍ରମଣ ଅତି ଗୁରୁତ୍ତର ଭାବେ ଏନଏସି ଓ ବ୍ଲକ ରେ ବ୍ୟାପିବାରେ ଲାଗିଛି । ଆଜି ସୁଦ୍ଧା କରୋନା ସଂକ୍ରମିତ କାରଣରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ ।
ଅମାନିଆଙ୍କ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଟାନ ଗ୍ରହଣ ନ କରାଗଲେ ଆଗକୁ ସ୍ଥିତି ଜଟିଳ ହେବାନେଇ ଆଶଙ୍କା କରାଯାଉଛି । ଏଠି କୋଭିଡ କଟକଣା ନିୟମ କାମ କରୁ ନ ଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦ୍ରୁଷ୍ଟି ନ ଦେଲେ ସମଗ୍ର ବ୍ଲକ ରେ ସଂକ୍ରମିତ ସ୍ଥିତି ଅଣାୟତ ଆଡକୁ ଗତିକରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

related posts

Leave a Comment