Home Breaking News / ତାଜା ଖବର ବାଇକ ସହ ଗଞ୍ଜେଇ ଜବତ ଜଣେ ଗିରଫ

ବାଇକ ସହ ଗଞ୍ଜେଇ ଜବତ ଜଣେ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫିରିଙ୍ଗିଆ(ସୁବ୍ରତ କୁମାର ମିହାନ୍ତି): ଫିରିଙ୍ଗିଆ ପୋଲିସ ଦ୍ୱାରା 30 କିଲୋ ଗଞ୍ଜାଇ ଜବତ l ଵର୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଏବେ ଲକ୍ ଡାଉନ୍ ଚାଲିଥିବା ବେଳେ ବିବିନ୍ନ ଛକ ମାନଙ୍କରେ ପୋଲିସ ଚେକିଂ କଡ଼ାକଡ଼ି ଚାଲିଛି l ତେବେ
ଗତକାଲି ସନ୍ଧ୍ୟା 6 ଟା ସମୟରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜେଜେସପଙ୍ଗ ପାଞ୍ଚୟତ ର ଲଦଡି ଛକ ନିକଟରେ କୌଣସି ସୂତ୍ର ରୁ ଖବର ପାଇଁ ଫିରିଙ୍ଗିଆ ଭାରପ୍ରାପ୍ତ ଥାନା ଅଧିକାରୀ ଦଶରଥ ହେମରମ ଙ୍କ ନୁର୍ଦେଶ କ୍ରମେ ପୋଲିସ ର ଏକ ସ୍ୱତନ୍ତ୍ର ଟିମ ଜଣେ ବ୍ୟକ୍ତିଙ୍କୁ ମୋଟରସାଇକେଲ ସହ 30 କିଲୋ ଗଞ୍ଜାଇ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲେ. ସମ୍ପୃକ ବ୍ୟକ୍ତି ଙ୍କ ପାଖରୁ ଗାଡି ସହ 30 କିଲୋ ଗଞ୍ଜାଇ ଜବତ କରିବାରେ ସଫଳ ହୋଇ ଥିଲେ ପୋଲିସ ଟିମ. ତେବେ ଗଞ୍ଜାଇ ଚୋର ଚାଲାଣ କରୁଥିବା ବ୍ୟକ୍ତି ଜଣକ ଜେଜେସପାଙ୍ଗା ଗାଁ ର ଅନିରୁଦ୍ଧ ସାହୁ ବୋଲି ଜଣା ପଡ଼ିଛି l ଫିରିଙ୍ଗିଆ ପୋଲିସ 30 କିଲୋ ଗଞ୍ଜେଇ ଗୋଟଏ ବାଇକ ସହ ଗଞ୍ଜେଇ ଚାଲଣ କରୁଥିବ ଜଣଙ୍କୁ ଗିରଫ କରି ଫିରିଙ୍ଗିଆ ଥାନାରେ 60/2921 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ କାରି ପୋଲିସ ଅଫିସର ସିଦ୍ଧାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି

related posts

Leave a Comment