Home Breaking News / ତାଜା ଖବର ସୁବର୍ଣ୍ଣପୁର ଜିଲ୍ଲା କେମିଷ୍ଟ ଏବଂ ଡ୍ରଗିଷ୍ଟ ସଂଘ କରୋନା ଯୋଦ୍ଧା ଘୋଷଣା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର

ସୁବର୍ଣ୍ଣପୁର ଜିଲ୍ଲା କେମିଷ୍ଟ ଏବଂ ଡ୍ରଗିଷ୍ଟ ସଂଘ କରୋନା ଯୋଦ୍ଧା ଘୋଷଣା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର(ଅକ୍ଷୟ କୁମାର ପୂଜାହାରୀ): କରୋନା ଯୋଦ୍ଧା ଘଷୋଣା ଦାବି କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା କେମିଷ୍ଟ ଏବଂ ଡ୍ରଗିଷ୍ଟ ସଂଘ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି । ପୂରଣ ନହେଲେ ଦୋକାନ ବନ୍ଦ କରିଦେବାକୁ ଚେତାବନୀ ,
କରୋନା ଯୋଦ୍ଧାରେ ସାମିଲ କରିଵାକୁ ଦାବି କରିଛି ଔଷଧ ବିତରକ ସଂଘ । ଏନେଇ ସୁବର୍ଣ୍ଣପୁର ଜିଲ୍ଲା କେମିଷ୍ଟ ଏବଂ ଡ୍ରଗିଷ୍ଟ ସଂଘମିଲିତ ଭାବରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି । ମହାମାରୀ କରୋନା ସମୟରେ ଔଷଧ ଦୋକାନିମାନେ ବିଭିନ୍ନ ଲୋକଙ୍କ ସେବାରେ ନିୟୋଜିତ ହୋଇ ଅନବରତ ସେବା ଯୋଗାଇ ଵା ସହ ବିଭିନ୍ନ ସମୟରେ ସାଧାରଣ ଲୋକ ଓ ଡାକ୍ତରମାନଙ୍କ ସଂସ୍ପର୍ଷରେ ଆସୁଛନ୍ତୁ । ଜୀବନକୁ ବାଜି ଲଗାଇ ନିରନ୍ତର ସେବା ପ୍ରଦାନ କରି ଚାଲିଛନ୍ତି । ତେବେ ଔଷଧ ବିତରକମାନଙ୍କୁ ଅଗ୍ରଣି ଯୋଦ୍ଧାଭାବେ ସରକାର ଘୋଷଣା କରିବା କଥା । ବର୍ତ୍ତମାନ ପର୍ଯ୍ୟନ୍ତ ଏମାନଙ୍କୁ ସରକାର ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ଔଷଧ ବିକ୍ରେତା ଓ ତାଙ୍କ ସହଯୋଗୀମାନଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କରି କୋଭିଡ ଟିକା ପ୍ରଦାନ କରିବାକୁ ଦାବି କରିଛନ୍ତି ସଂଘର ସଭାପତି ଆର୍ଯ୍ୟ ପ୍ରକାଶ ମାଝି, , ଓ ସଂପାଦକ ସତ୍ୟନାରାୟଣ ଦରୁଆନ ଓ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ

related posts

Leave a Comment