ଗତକାଲି ରାତିରେ ସିଭିୟର ସାଇକ୍କୋନିକ୍ ଷ୍ଟର୍ମ ତୌତେ ଗୁଜରାଟର ସୌରାଷ୍ଟ୍ର ଅଂଚଳରେ ଲ୍ୟାଣ୍ଡଫଲ କରିଥିଲା । ଏହି ବାତ୍ୟା ଲ୍ୟାଣ୍ଡଫଲ୍ କରିବା ଆଗରୁ ପୁରା ସୌରାଷ୍ଟ୍ର ଅଂଚଳରେ ତାଣ୍ଡବ ରଚିଛି । ଆଜି ସକାଳୁ ଏହା ପ୍ରବଳ ବାତ୍ୟା ଆକାରରେ ଗୁଜରାଟ ଆମରେଲିର ୧୦ କିଲୋମିଟର ଦକ୍ଷିଣ ଏବଂ ଅହମ୍ମଦାବାଦର ଦକ୍ଷିଣ, ଦକ୍ଷିଣ ପଶ୍ଚିମ ଦିଗକୁ ୨୩୦ କିଲୋମିଟର ଦୂରରେ ରହିଛି । ଆଜି ସଂଧ୍ୟା ୬ଟା ପରେ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀ ୬ ଘଂଟାରେ ଅବପାତେରେ ପରିଣତ ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
ତେବେ ଗୁଜରାଟ ସୌରାଷ୍ଟ୍ରର ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳ କ୍ଷତି କରିଛି ବାତ୍ୟା ‘ତାଉ ତେ’ । ଜୁନାଗଡ, ଗିର-ସୋମନାଥ, ଭାବନଗର ଓ ଆମରେଲି ଜିଲ୍ଲାରେ ସବୁଠାରୁ ଅଧିକ ତାଣ୍ଡବ କରିଛି ବାତ୍ୟା । ଘଂଟାପ୍ରତି ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ ବହିବାରୁ ବଡବଡ ଗଛ ଓ ବିଦ୍ୟୁତ ତାର ଉପୁଡି ପଡିବା ସହ ଟିଣ ଛପର ଘର ଓ ପୁରୁଣା ପକ୍କାଘର ସବୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ପଟେ କରୋନା ମହାମାରୀ ସହ ଲଢୁଥିବା ଗୁଜରାଟରେ ପ୍ରଳୟ ରଚିଛି ବାତ୍ୟା ତାଉ ତେ । ଉପକୂଳ ଅଂଚଳରେ କୋଭିଡ ହସ୍ପିଟାଲରୁ କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଜିଲ୍ଲାଗୁଡିକରେ ୫୦ ଏନଡିଆରଏଫ ଓ ୧୦ ଏସଡିଆରଏଫ ଟିମଙ୍କୁ ମୁତୟନ କରାଯାଇଛି ।
ଗୁଜରାଟ ସୌରାଷ୍ଟ୍ରରେ ତାଣ୍ଡବ ରଚିଲା ସାମୁଦ୍ରିକ ବାତ୍ୟା ତୌତେ
Share with
previous post