Home Breaking News / ତାଜା ଖବର ରାୟଗଡ଼ାରେ ଡରାଉଛି କରନା ୯୦ ଜଣଙ୍କ ଜୀବନ ଗଲା

ରାୟଗଡ଼ାରେ ଡରାଉଛି କରନା ୯୦ ଜଣଙ୍କ ଜୀବନ ଗଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼ା(ଧନେଶ୍ୱର ରାଉତ): ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ କରନା ଲୋକଙ୍କୁ ଡରାଉଛି । ଏହି ଜିଲ୍ଲାରେ ଆସି ପ୍ରତିଶତ ଆଦିବାସୀ ବସବାସ କରନ୍ତି । କିନ୍ତୁ ଏଭଳି ପରିସ୍ଥିତି ଉପୁଜିଛି କି ଦୁର୍ଗମ ଅଞ୍ଚଳରେ ତାର ଭୟଭୟ ଦେଖାଇ ସାରିଛି । ଏହାର ପ୍ରଭାବରୁ ଡଙ୍ଗରିଆ କନ୍ଧମାନେ ବି ବର୍ତ୍ତି ପାରି ନାହାନ୍ତି । ଦୁଇ ଦିନତଳେ ପାଞ୍ଚଜଣ ଙ୍କ ଠାରେ ପୋଜେଟିଭ୍ ବାହାରିବା ଖବର ଜିଲ୍ଲା ପ୍ରଶାସନକୁ ଦୋହଲାଇ ସାରିଛି। ମହାମାରୀର ଦ୍ଵିତୀୟ ଲହରୀ ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୩ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଯାଏଁ ମୃତ୍ୟୁ ସଂଖ୍ୟା ୯୦ ରେ ପହଞ୍ଚିଛି। ଯାହାକି ପ୍ରଥମ ଲହରୀ ର କେତେକାଂଶରେ ଅଧିକ ଅଟେ। ଆଜି ସୁଦ୍ଧା ଜିଲ୍ଲାରେ ୧୩ ହଜାର ୧୪୦ ଜଣ ସମୁଦାୟ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆର୍ତ୍ତ ବନ୍ଧୁ ନାୟକ ସୂଚନା ଦେଇଛନ୍ତି। ସବୁଠୁ ଅଧିକ ସମସ୍ୟାର ବିଷୟ ହେଲା ଲକ୍ଷଣ ବିହୀନ ସଂକ୍ରମିତ ଙ୍କ ସଂଖ୍ୟା ଅଧିକ ଚିନ୍ତାଜନକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ସରକାରଙ୍କ ନୂତନ ପଦକ୍ଷେପ ଯୋଗୁଁ ଟିକେ ଅସ୍ଵସ୍ଥି ଲଗିଥିଲେହେଁ, ତାହା କାର୍ଯ୍ୟକାରିତା ନେଇ କଳ୍ପନା କଳ୍ପନା ଜରୀରହିଛି। ଏହି ଅଶ୍ଵସ୍ଥି କର ଖବରଟି ହେଲା ଅସା ଓ ଅଙ୍ଗନବାଡି କର୍ମୀମାନଙ୍କୁ ପ୍ରତ୍ୟେକ ଘରକୁ ଘର ବୁଲି ଆନ୍ତିଯେନ୍ ଟେଷ୍ଟ କରିବେ। ପ୍ରଶାସନ ସଜାଗ ରହିବା ସହ ମାସ୍କ୍ ହେଲିମେନ୍ଟ ଚେକିଂ ଜୋରଦାର କରିବା ସହ ଅମନିଆଙ୍କୁ ରୋକିବା ପାଇଁ ବ୍ୟାପକ ଉଦ୍ୟମ ଜାରୀ ରଖିଛି ଏବଂ ସିମାକୁ ସମ୍ପୂର୍ଣ୍ଣ ସିଲ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଅଛି। ପ୍ରତି ବ୍ଲକର ତହସିଲଦାର ପୋଲିସ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କାହାର ଲକ୍ଷଣ ଦେଖାଯାଏ ତାହେଲେ ନିକଟସ୍ଥ ଆଶା ଓ ଅଙ୍ଗୱାଡ଼ି କର୍ମୀ ନଚେତ୍ ସ୍ଥାନୀୟ ଡାକ୍ତରଖାନା ଙ୍କୁ ଯୋଗାଯୋଗ କରି ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କାହାକୁ ନକହିବା ନିଜର ଓ ପରିବାର ଆଖା ପାଖ ଲୋକଙ୍କ ଜୀବନକୁ ବିପଦରେ ନ ପକାଇବାକୁ ଅନୁରୋଧ କରାଯାଇଛି ଏଭଳି କଲାଭଳି ଯଦି ପ୍ରମାଣ ମିଳେ ତାହେଲେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି

related posts

Leave a Comment