Home Breaking News / ତାଜା ଖବର ଲୁଟ ହୋଇଥିବା ବୁଲେଟ ଉଦ୍ଧାର: ଜଣେ ଗିରଫ

ଲୁଟ ହୋଇଥିବା ବୁଲେଟ ଉଦ୍ଧାର: ଜଣେ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜୀତ ପାଣିଗ୍ରାହୀ): ବୋରିଗୁମ୍ମା ସହର ମଧ୍ୟରେ ଲୁଟ ହୋଇଥିବା ଲୁଟ ହୋଇଥିବା ବୁଲେଟ କୁ ଉଦ୍ଧାର କରିଛି ବୋରିଗୁମ୍ମା ପୋଲିସ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ। ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତ ୨୩.୦୩.୨୧ ତାରିଖରେ ବୋରିଗୁମ୍ମା -ରାଣିଗଡ ରୋଡ ରେ ନରସିଂହ ପଡାଲ ଓ ତାର ସାଙ୍ଗ ଲଛମନ ମାଝୀ ବୁଲେଟ ଯୋଗେ ଯାଉଥିଲେ। ଏହି ସମୟରେ ଚାରି ରୁ ପାଞ୍ଚ ଜଣ ଦୁର୍ବୃତ୍ତ ବୁଲେଟ କୁ ଅଟକାଇ ଦୁଇ ଜଣ ଙ୍କୁ ଅପହରଣ କରିବା ସହ ବୁଲେଟ ନେଇ କେବିଡ଼ି ଗ୍ରାମ ନିକଟ ଏକ କାଜୁ ଜଙ୍ଗଲ କୁ ନେଇଥିଲେ। ସେଠାରେ ଅପହରଣ କରିଥିବା ଦୁଇ ଜଣଙ୍କୁ ତିନି ଲକ୍ଷ ଟଙ୍କା ଦେଲେ ଛାଡ଼ିବୁ ବୋଲି କହିଥିଲେ। ପରେ ବୁଲେଟ ଓ ତାଙ୍କ ପାଖରେ ଥିବା ୮ ହଜାର ଟଙ୍କା ଲୁଟ କରି ପଳାଇଯାଇଥିଲେ। ନରସିଂହ ପଡାଲ ଓ ତାଙ୍କ ସାଙ୍ଗ ଦୁହେଁ ବୋରିଗୁମ୍ମା ଥାନା କୁ ଆସି ଲିଖିତ ଅଭିଯୋଗ କରିଥିଲେ।

related posts

Leave a Comment