Share with
ପୋଲଶରା(ଅଭିମନୁମିଶ୍ର): ଗଞ୍ଜାମ ଜିଲ୍ଲା ର କୋଦଳା ଥାନା ଅନ୍ତର୍ଗତ ଦୁଆରଶୁଣି ଗ୍ରାମର ଏକ ପୋଖରୀରେ ଅଜଣା ବ୍ଯକ୍ତିଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି। ଆଜି ଉକ୍ତ ଗ୍ରାମର କିଛି ଲୋକ ଦେଖିବା ପରେ ଏନେଇ ସ୍ଥାନୀୟ ବେଗୁନିଆପଡ଼ା ଫାଣ୍ଡିକୁ ଅବଗତ କରାଇଥିଲେ। ଖବର ପାଇ ବେଗୁନିଆପଡା ଫାଣ୍ଡି ପୋଲିସ ପହଞ୍ଚି ପୋଖରୀରେ ଭାସୁଥିବା ଅବସ୍ଥା ରେ ଶବକୁ ଜବତ କରିବା ସହ ଏନେଇ ତଦନ୍ତ ଆରମ୍ଭ କରିଛି। ବେଗୁନିଆପଡା ଫାଣ୍ତି ପୋଲିସ୍ ା ତେବେ ମୃତ ବ୍ଯକ୍ତିଙ୍କ ପରିଚୟ ମିଳିନଥିବା ବେଳେ କେଉଁ କାରଣରୁ ମୃତ୍ୟୁ ଘଟିଛି ଏବଂ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।