ସୋନପୁର(ଅକ୍ଷୟ କୁମାର ପୂଜାହାରୀ): ସଂପ୍ରତି କୋରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଥିବାବେଳେ ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନ ର ଆବଶ୍ୟକକ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମାଗଣା ଅକ୍ସିଜେନ ସେବା ଆରମ୍ଭ କରିଛି ସୁବର୍ଣ୍ଣପୁର ଜିଲ୍ଲା ମାରୱାଡି ଯୁବା ମଂଚ । ଜିଲ୍ଲାରେ ଅକ୍ସିଜେନ ସମସ୍ୟାକୁ ଦୁର କରିବା ପାଇଁ ଏହା ସହାୟକ ହେବ ବୋଲି ଯୁବା ମଂଚ ଆଶା ରଖି ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବା କହିଛନ୍ତି । ସ୍ଥାନୀୟ ଅଗ୍ରସେନ ଭବନଠାରେ ଆବଶ୍ୟକତା ଅନୁଯାୟୀ ଅକ୍ସିଜେନ ସିଲିଣ୍ଡର ମହଜୁତ ରହିବା ସହିତ କର୍ମକର୍ତାମାନଙ୍କ ମୋବାଇଲ ନମ୍ବର ଜାରି କରାଯାଇଛି । କରୋନାରେ ଗୁରୁତର ହୋଇଥିବା ରୋଗୀଙ୍କ ପାଇଁ ଆବଶ୍ୟକତା ପଡିଲେ ଫୋନ କିମ୍ବା ସିଧାସଳଖ ଯୋଗା ଯୋଗ କଲେ ତାଙ୍କୁ ମାଗଣା ଯୋଗାଇ ଦିଆଯିବ । ଏହି ସେବାକୁ ଅତିରିକ୍ତ ଜିଲ୍ଲାପାଳ ସୁର୍ଯ୍ୟନାରାୟଣ ଦାସ ମୁଖ୍ୟ ଅତିଥିବାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ପରେ ଏହି ଅବସରରେ ଯୁବା ମଂଚ ତରଫରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବର୍ତମାନ କୋଭିଡ ସମୟରେ ରକ୍ତର ଅଭାବକୁ ଦୁର କରିବା ପାଇଁ ଏହି ଶିବିର ଆୟୋଜନ କରାଯାଇଥିବା ମଂଚ ପକ୍ଷରୁ କୁହାଯାଇଛି । ତେବେ ମାରୱାଡି ଯୁବା ମକ୍ଟକ୍ଟ୍ରର ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।ସୋନପୁର ସହରରେ ଜରୁରୀକାଳୀନ ପରିସ୍ଥିତିରେ କରୋନା ପୀଡିତଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡରର ବ୍ୟବସ୍ଥା କରିଛି ସର୍ବଦା ଲୋକଙ୍କ ହିତରେ କାର୍ଯ୍ୟ କରି ଆସୁଥିବା
ଅକ୍ସିଜେନ ସେବା ଆରମ୍ଭ କରିଛି ସୁବର୍ଣ୍ଣପୁର ମାରୱାଡି ଯୁବା ମଂଚ
Share with
previous post