Home Breaking News / ତାଜା ଖବର ବାହାଘର ଭୋଜିରେ ନିୟମ ଉଲ୍ଲଙ୍ଘନ: ଜୋରିମାନା ଆଦାୟ କଲା ପ୍ରଶାସନ

ବାହାଘର ଭୋଜିରେ ନିୟମ ଉଲ୍ଲଙ୍ଘନ: ଜୋରିମାନା ଆଦାୟ କଲା ପ୍ରଶାସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ସରକାରଙ୍କ ପକ୍ଷରୁ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ନିୟମ କରାଯାଇଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ରାଇକିଆ ବ୍ଲକ୍ ଅନ୍ତର୍ଗତ ମଣ୍ଡାକିଆ ଗ୍ରାମର ଗୁଡାକିଆ ଗ୍ରାମରେ।ଏକ ବାହାଘର ଭୋଜିର ଆୟୋଜନରେ କୋଭିଡ୍ ନିୟମକୁ ଉଲ୍ଲଂଘନ କରି ଜୋରିମାନା ବାବଦକୁ ୩୦ ହଜାର ଟଙ୍କା ଗଣିଛନ୍ତି। ସରକାରଙ୍କ କୋଭିଡ୍-୧୯ ଗାଇଡ୍ ଲାଇନ୍ ଅନୁଯାୟୀ ବାହାଘରକୁ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ୨୦ ଜଣଙ୍କୁ ହିଁ ଅନୁମତି ଦିଆଯାଇଛି।ଏହାର କେହି ଖିଲାପ କଲେ ଆର୍ଥିକ ଜୋରିମାନା ଆଦାୟ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ପ୍ରଶାସନ ପକ୍ଷରୁ। ମିଳିଥିବା ସୂଚନା ଅନୁଯାୟୀ ଅଞ୍ଚଳରେ ଲୋକଙ୍କ ବାହାଘର ଏବଂ ଅନ୍ତିମ ସଂସ୍କାର ପାଇଁ ପ୍ରଶାସନଙ୍କୁ ଅବଗତ କରାଯିବା ପାଇଁ କୁହାଯାଇଛି। ଯେଉଁ ମାନଙ୍କ ଏହି ସବୁ କାର୍ଯ୍ୟକ୍ରମ ରହିଛି ସେମାନେ ପ୍ରଶାସନଙ୍କୁ ଲିଖିତ ଭାବେ ଅବଗତ କରି ଅନୁମତି ମାଗିବେ।ଏହା ପରେ ପ୍ରଶାସନ ପକ୍ଷରୁ ତଦାରଖ କରାଯାଉଛି।କିନ୍ତୁ ଗୁଡାକିଆ ଗ୍ରାମରେ ହେଉଥିବା ବାହାଘର ନେଇ ଝିଅ ଘର ଲୋକେ କୈାଣସି ଅନୁମତି ପ୍ରଶାସନ ଠାରୁ ନେଇନଥିଲେ।
ଏହାର ଖବର ପାଇ ରାଇକିଆ ତହସିଲଦାର ଦାୟିତ୍ଵରେ ରହିଥିବା ଅକ୍ଷୟ ପାଣି ଟୁଡୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆ ଥାନାଧିକାରୀ ତରୁଣ ତପନ ବେହେରା ଉକ୍ତ ସ୍ଥାନରେ ପହଞ୍ଚିବା ସମୟରେ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ବାଉଁଶ ଗଛକୁ କାଟି ରାସ୍ତା ଅବରୋଧ କରିଥିଲେ ଯେପରି ସେହି ବାହାଘରକୁ କୈାଣସି ପ୍ରଶାସନ ଯାଇପାରିବ ନାହିଁ। ଏହାକୁ ପୋଲିସ ପକ୍ଷରୁ ହଟାଯାଇ ଥିଲା। ଏବଂ କୋଭିଡ୍ ନିୟମକୁ ଉଲ୍ଲଂଘନ କରାଯାଇ ଥିବା ନେଇ ପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସୁଚନା ଥାଉ କି ଏଥି ପୁର୍ବରୁ କିରାଣୀ ଦୋକାନ, ଫାଇନାସ୍ କମ୍ପାନୀ ଏବଂ ଅନ୍ୟ ଏକ ଦୋକାନକୁ ନିୟମ ଉଲ୍ଲଙ୍ଘନ ଯୋଗୁଁ ସିଲ୍ କରାଯାଇଛି।

related posts

Leave a Comment