Home Breaking News / ତାଜା ଖବର ଜିଲ୍ଲା ପରିଷଦ ସଦସ୍ଯାଙ୍କ ମାଙ୍କ ଚିକିତ୍ସାରେ ଅବହେଳା

ଜିଲ୍ଲା ପରିଷଦ ସଦସ୍ଯାଙ୍କ ମାଙ୍କ ଚିକିତ୍ସାରେ ଅବହେଳା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁ ମିଶ୍ର): କରୋନା ସଂଙ୍କ୍ରମଣକୁ ନେଇ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ରାଜ୍ୟ ଓ କେନ୍ଦ୍ର ସରକାର ଉତ୍ତମ ସେବା ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଜାରି ରହିଛି । କିନ୍ତୁ ଗଞ୍ଜାମ ଜିଲ୍ଲା ର ପୋଲସରା ସ୍ବାସ୍ଥ୍ୟ କେନ୍ଦ୍ର ରେ ତାହା ନିଆରା ବ୍ଯତିକ୍ରମ ଦେଖାଦେଇଛି । ଯାହାକୀ ଗତକାଲି ସ୍ଥାନୀୟ ସରପଞ୍ଚ ଏବଂ ଜିଲ୍ଲାପରିଷଦ ସଦସ୍ୟା ଙ୍କ ପ୍ରତିନିଧି ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ସ୍ବାସ୍ଥ୍ୟସେବା ସଠିକ ଭାବେ ହେଉନଥିବାରୁ ପ୍ରତିବାଦ ର ଶ୍ୱର ଉଠାଈଥିଲେ। ହେଲେ ପୋଲସରା ବ୍ଳକ ର ଜିଲ୍ଲାପରିଷଦ ସଦସ୍ୟା ମା’ରୁନୁ ନାହାକ ଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ହୋଇଥିଲା । ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ନିମନ୍ତେ ପୋଲସରା ସ୍ବାସ୍ଥ୍ୟ କେନ୍ଦ୍ର କୁ ବହୁ ଆଶା ଓ ଭରଷା କରି ଅଣାଯାଇଥିଲା । ହେଲେ କଥାରେ ରହିଛି ଚୋର ଘର ଜୋଉଠି ନା ରାତି ପାହିଲା ସେଈଠି ା ହେଲେ ଦୁର୍ଭାଗ୍ୟର ବିଷୟ ଏହିକୀଯେ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେହି ସମୟରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ କୌଣସି ଡାକ୍ତର ଉପସ୍ଥିତ ନଥିଲେ।ହଁ ସ୍ୱାସ୍ଥ୍ୟ କେନ୍ଦ୍ରଟି କାଳେ କୁଆଡେ ଘୁଞ୍ଚି ଚାଲିଯିବ ବୋଲି ଜଗିରହିଥିଲା ଡାକ୍ତର ବାବୁଙ୍କ ଚେୟାର ା ହେଲେ ସେଠାରେ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହୋଈପଡିଥିଲା ା ଯାହାଫଳରେ ରୋଗିକୁ ଅମ୍ଳଜାନର ଆବଶ୍ୟକତା ପଡିଥିଲା । ଯାହାକି ସ୍ବାସ୍ଥ୍ୟସେବା କର୍ମଚାରୀ ମଧ୍ୟ ଶେଷରେ କହିଦେଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅମ୍ଳଜାନ ସରିଜାଈଛି ।ଜିଲ୍ଲାପରିଷଦ ପ୍ରତିନିଧି ସୁଜିତ ବିଷୋୟୀ, ବିଜେଡି ସମ୍ପାଦକ ଅଶୋକ ବିଷୋୟୀ, ସରପଞ୍ଚ ପାଣ ନାହାକ,ସରପଞ୍ଚ ପ୍ରତିନିଧି ବସନ୍ତ କରଣ,ପ୍ରତାପ ଚନ୍ଦ୍ର ପ୍ରଧାନ,ଚନ୍ଦ୍ରଭାନୁ ସାହୁ,ପିଣ୍ଟୁ ପ୍ରଧାନ, ବସନ୍ତ ଜେନା ସମେତ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ ଓ ସମିତିସଭ୍ଯ ସ୍ବାସ୍ଥକେନ୍ଦ୍ର ଅବ୍ଯବସ୍ଥା ସମ୍ପର୍କରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଗୋଷ୍ଠୀଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ,ତହସିଲଦାର ଦିଲ୍ଲୀପ କୁମାର ନାୟକ ଙ୍କୁ ଫୋନ ଦ୍ବାରା ଯୋଗାଯୋଗ କରି ଜଣାଇଥିଲେ।ସ୍ବାସ୍ଥକେନ୍ଦ୍ର ଅବ୍ଯବସ୍ଥା କୁ ନେଇ ପ୍ରତିନିଧିମାନେ ସ୍ବାସ୍ଥକେନ୍ଦ୍ର ପରିସର ମଧ୍ୟରେ ହୋହାଲ୍ଲା କରି ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ତୁରନ୍ତ ବଦଳି ଦାବି କରିଥିଲେ।ଖବର ପାଇ ପୋଲସରା ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ରୁନୁ ନାହାକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନା ରେ ଭର୍ତି କରାଯାଇଛି ।

related posts

Leave a Comment