Home Breaking News / ତାଜା ଖବର ରାଇକିଆରେ ଜନସେବା ରଥ ଶୁଭାରମ୍ଭ

ରାଇକିଆରେ ଜନସେବା ରଥ ଶୁଭାରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ସାରା ଦେଶରେ ମାରାତ୍ମକ କରୋନା ମହାମାରୀ ସଂକ୍ରମଣର କରାଳ ରୁପେ ମାଡି ଚାଲିଛି। ଏଥିରେ କେତେଯେ ଲୋକଙ୍କ ଜୀବନ ଚାଲି ଯାଇଥିବାବେଳେ ବହୁ ଲୋକ ସଂକ୍ରମଣରୁ ସୁସ୍ଥ ହେଉଛନ୍ତି।ଏ ମଧ୍ୟରେ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ କରାଯାଇଛି।ଏଥିରେ ବହୁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ସମୋବାର ରାଇକିଆ ବ୍ଲକ୍ ପ୍ରଶାସନ ପକ୍ଷରୁ ଏକ ‘ଜନ ସେବା ରଥ’ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆଙ୍କ ଦ୍ବାରା ଶୁଭ ଉଦଘାଟନ କରାଯାଇଛି। ଏହି ରଥଟି ବ୍ଲକ୍ ର ବିଭିନ୍ନ ଦୃଗମ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସୁଗଡବାଡି ଗ୍ରାମ ପଞ୍ଚାୟତର ଦୃଗମ ଏରିଆ ରାଡାବାଲି ଗ୍ରାମରୁ ହିତାଧିକାରୀଙ୍କ ଘର ନିକଟକୁ ଯାଇ ଭତ୍ତା,ପିଡିଏସ୍ ଚାଉଳ ଏବଂ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନତା କରାଯାଇଥିବା ବେଳେ ମାସ୍କ ବଣ୍ଟନ ସହ ବ୍ୟବହାର ସମ୍ପର୍କରେ ଅବଗତ କରାଯାଇଛି। ଆଗାମୀ ଦିନରେ ବ୍ଲକ୍ ର ଅନ୍ୟ ଦୃଗମ ଏରିଆ ଗୁମାମାହା ପଞ୍ଚାୟତର ପାଡୁନବାଡି,ସିକବାଡି ଏହି ପରି ଅନେକ ସ୍ଥାନକୁ ଏହି ଜନ ସେବା ରଥ ଯିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଇଛି।
ଏହି ଜନସେବା ରଥ କାର୍ଯ୍ୟକ୍ରମରେ ବିଡ଼ିଓ ଙ୍କ ସହ ଏପିଓ କେଦାର ଚନ୍ଦ୍ର ପଣ୍ଡା,ବିପିଏମ୍ ଜୟଦେବ ପ୍ରଧାନ, କମଲ ପ୍ରସାଦ ନାୟକ ସହ ସୁନା ଚାନ୍ଦଙ୍କ ସହ ଜିଆର୍ଏସ୍ ତୁଷାର କାନ୍ତ ପରିଛା ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

related posts

Leave a Comment