Home Breaking News / ତାଜା ଖବର ଅସହାୟଙ୍କୁ ସହଯୋଗ ହାତ ବଢାଇଲେ ପୋଲିସ ଅଧିକାରୀ ଓ ସମାଜସେବୀ

ଅସହାୟଙ୍କୁ ସହଯୋଗ ହାତ ବଢାଇଲେ ପୋଲିସ ଅଧିକାରୀ ଓ ସମାଜସେବୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ(ଗୁରୁଦତ୍ତ ମହାନ୍ତି): ଅସହାୟ ଙ୍କୁ ସହଯୋଗ ହାତ ବଢାଇଲେ ପୋଲିସ ଅଧିକାରୀ ଓ ସମାଜ ସେବି ।କଟକ ନୂଆପଡା ବାଲିସାହିରେ ଅସ୍ଥାୟୀ ଘରେ ରହୁଥିବା ଅସହାୟ ଲୋକଙ୍କୁ ପିନ୍ଧିବା ପାଇଁ ବସ୍ତ୍ର, ସଉପ,ବେଡସିଟ୍, ଲୁଙ୍ଗି ଗାମୁଛା ପ୍ରଦାନ କରାଯାଇଥିଲା। ପ୍ରାୟ ୫୦୦ ରୁ ଅଧିକ ଲୋକଙ୍କୁ ଏହି ଜିନିଷ ବଣ୍ଟନ କରାଯାଇଥିଲା।S C B ର ସମ୍ପ୍ରସାରଣ ପାଇଁ ତାଳଦଣ୍ଡା କେନାଲ ପାଖରେ ଥିବା ବସ୍ତିକୁ ବାଲିସାହିକୁ ସ୍ଥାନାନ୍ତର କରିଥିଲା କଟକ ମହାନଗର ନିଗମ। କିନ୍ତୁ କିଛି ଦିନ ତଳେ ଘଟିଥିବା କାଳବୈଶାଖୀ ଏହି ଅସ୍ଥାୟୀ ବସ୍ତିକୁ ଛାରଖାର କରିଦେଇଥିଲା। ଯାହାଫଳରେ ସେଠାକାର ଲୋକମାନେ ବହୁତ ହଇରାଣ ହରକତ ସମୁଖିନ ହୋଉଥିଲେ। ଏହାକୁ ଦେଖି କଟକ ଜୋନ ୨ ଏସିପି ସେକ ସରିଫୁଦ୍ଦିନ ବିଭିନ୍ନ ସଂଗଠନ ସହିତ ଆଲୋଚନା କରି ଏହି ସାମଗ୍ରୀ ସବୁ ଆୟୋଜନ କରିଥିଲେ l ସମାଜ ସେବି ଶ୍ରୀମତୀ ସମ୍ପତି ମୋଡା,ଲଳିତ ପଟୁରିଆ ଦ୍ୱାରା ସେଠାରେ ସମସ୍ତ ସାମଗ୍ରୀ ବଣ୍ଟନ କରାଜାଇଥିଲା । ଏହି ବଣ୍ଟନରେ ମଧୂପଟଣା ଥାନା ଅଧିକାରୀ,ଦରଘାବଜ଼ାର ଥାନା ଅଧିକାରୀ, ସିଏମସିର ଅତିରିକ୍ତ କମିଶନର ଉପସ୍ଥିତ ରହି ଏହି ବଣ୍ଟନ କାର୍ଯ୍ୟକୁ ପରିଚାଳିତ କରିଥିଲେ।

related posts

Leave a Comment