Home Breaking News / ତାଜା ଖବର ସାମୁଦ୍ରିକ ବାତ୍ୟା ତୌତେର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ, ରାତି ୧୧ଟା ସୁଦ୍ଧା ଛୁଇଁବ ସ୍ଥଳଭାଗ

ସାମୁଦ୍ରିକ ବାତ୍ୟା ତୌତେର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ, ରାତି ୧୧ଟା ସୁଦ୍ଧା ଛୁଇଁବ ସ୍ଥଳଭାଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବର୍ତମାନ ସାମୁଦ୍ରିକ ବାତ୍ୟା ତୌତେ ଡିଉ ଦୀପ ଠାରୁ ଦକ୍ଷିଣରୁ ଉତର ଆଡକୁ ଗତି କରି ଗୁଜରାଟର ସୌରାଷ୍ଟ୍ର ଆଡକୁ ଗତି କରୁଛି । ସମୁଦ୍ର ମଧ୍ୟରେ ବର୍ତମାନ ରହିଛି ତୌତେ । ତେବେ ଏହା ଅଧିକ ଘନୀଭୂତ ହୋଇ ଭୟଙ୍କର ରୂପ ଧାରଣ କରିସାରିଲାଣି । ଆଉ କିଛି ସମୟ ପରେ ଏହି ଅତି ଭୟଙ୍କର ସାମୁଦ୍ରିକ ଝଡ ଗୁଜରାଟ ଉପକୂଳରେ ମାଡ ହେବ । ଭାରତୀୟ ପାଣିପାଗ ବିଭାଗ ଏହାକୁ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ୍ ବା ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ବୋଲି କହି ସାରିଛି ।

ଆଜି ରାତିରେ ଏହି ସାମୁଦ୍ରିକ ବାତ୍ୟା ଗୁଜରାଟ ଉପକୂଳକୁ ଅତିକ୍ରମ କରିଯିବ । ରାତି ୮ଟାରୁ ୧୧ଟା ୩୦ ମଧ୍ୟରେ ଏହା ଗୁଜରାଟର ପୋରବନ୍ଦର ଓ ମହୁଭା ଉପକୂଳ ଦେଇ ଅତିକ୍ରମ କରିଯିବ । ଏହାର ପ୍ରଭାବରେ ବର୍ତମାନ ଗୁଜରାଟରେ ପ୍ରବଳରୁ ପ୍ରବଳ ବର୍ଷା ସହ ଘଂଟା ପ୍ରତି ୮୦ କିମିରୁ ଅଧିକ ବେଗରେ ପବନ ବହୁଛି । ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଗୁଜରାଟକୁ ଅତି ପ୍ରବଳ ବର୍ଷାର ଚେତାବନୀ ଜାରି କରିଛି । ବାତ୍ୟା ସ୍ଥଳଭାଗକୁ ଛୁଇଁବା ସମୟରେ ପବନର ବେଗ ଘଂଟା ପ୍ରତି ୧୮୫ କିମିରେ ପହଁଚି ଯାଇଥିବା ନେଇ ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଏହା ଫଳରେ ବଡ ବଡ ଗଛ ବି ଉପୁଡି ପଡିବ, ବିଜୁଳି ଖୁଂଟ, ଉଚ୍ଚ ଅଟାଳିକା ପ୍ରତି ବିପଦ ରହିଛି । ସଂଭାବ୍ୟ ବାତ୍ୟାକୁ ନଜରରେ ରଖି ଆଗୁଆ ଏକ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ତଥା ଉଚ୍ଚ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ଗୁଜରାଟ ସରକାର । ବର୍ତମାନ ଗୁଜରାଟର ୨୧ଟି ଜିଲ୍ଲାରେ ବର୍ଷା ଜାରି ରହିଛି । ବିଶେଷ କରି ଗୁଜରାଟର ଦକ୍ଷିଣ ଉପକୂଳ ପ୍ରତି ଅଧିକ ବିପଦ ଆଶଙ୍କା କରାଯାଉଛି । ଏନଡିଆରଏଫ୍ ଟିମ୍ ଓ ଡାକ୍ତରଙ୍କୁ ସଜାଗ ରଖିଛନ୍ତି ଗୁଜରାଟ ସରକାର ।

related posts

Leave a Comment