Home Breaking News / ତାଜା ଖବର ମୁମ୍ୱାଇରେ ସାମୁଦ୍ରିକ ବାତ୍ୟା ତୌତେର ତାଣ୍ଡବ: ବନ୍ଦ ରହିଲା ଏୟାରପୋର୍ଟ, ମହାରାଷ୍ଟ୍ରରେ ୬ ଜଣଙ୍କ ମୃତ୍ୟୁ

ମୁମ୍ୱାଇରେ ସାମୁଦ୍ରିକ ବାତ୍ୟା ତୌତେର ତାଣ୍ଡବ: ବନ୍ଦ ରହିଲା ଏୟାରପୋର୍ଟ, ମହାରାଷ୍ଟ୍ରରେ ୬ ଜଣଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଘଂଟା ପ୍ରତି ୧୧୬ କିମି ବେଗରେ ପବନ ବହିବା ସହ ସାମୁଦ୍ରିକ ବାତ୍ୟା ତୌତେ ମୁମ୍ୱାଇ ଉପକୂଳରେ ତାଣ୍ଡବ ରଚିଛି । ଉପୁଡି ପଡିଲାଣି ଗଛ, ବିଜୁଳିଖୁଂଟ, କୋଠ କେବିନ ସହିତ କଚ୍ଚା ଘର । ପ୍ରବଳ ବର୍ଷା ପରେ ଅନେକ ଅଂଚଳରେ ପାଣି ପଶିଯାଇଛି । ଏହାରି ଭିତରେ ଚିନ୍ତାଜନକ ଖବର ହେଉଛି ଏହି ବାତ୍ୟାର ପ୍ରଭାବ ଆହୁରି କିଛି ଘଂଟା ଧରି ରହିବ । ମହାରାଷ୍ଟ୍ର ସରକାରଙ୍କ ତଥ୍ୟ ଅନୁସାରେ ବର୍ତମାନ ସୁଦ୍ଧା ସାମୁଦ୍ରିକ ବାତ୍ୟା ତୌତେ ପ୍ରଭାବରୁ ୬ ଜଣଙ୍କ ମୃତ୍ୟୁ ହେଲାଣି ।

ସାମୁଦ୍ରିକ ବାତ୍ୟା ତୌତେ କୁ ଦେଖି ରାତି ୧୦ଟା ଯାଏଁ ମୁମ୍ୱାଇ ଏୟାରପୋର୍ଟକୁ ବନ୍ଦ ରଖାଯାଇଛି । ବର୍ତମାନ ସମସ୍ତ ବିମାନ ଉଡାଣ ଓ ଅବତରଣ ବାତିଲ କରିଦିଆଯାଇଛି । ସେହିପରି ଅନେକ ଲୋକାଲ ଟ୍ରେନ ଚଳାଚଳ ମଧ୍ୟ ବାତିଲ ହୋଇଛି । କୌଣସି ଜରୁରୀ କାମ ନଥିଲ ଲୋକଙ୍କୁ ଘରୁ ବାହାରକୁ ନ ଯିବା ଲାଗି ଉଦ୍ଧବ ସରକାର ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ସାମୁଦ୍ରିକ ବାତ୍ୟା ତୌତେ କାରଣରୁ ଶେଷ ଖବର ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଛି, ୯ ଜଣ ଆହତ ହୋଇଛନ୍ତି , ୪ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି ।

ବର୍ତମାନ ବାତ୍ୟା ତୌତେ ମୁମ୍ୱାଇର ୧୬୦ କିମି ଦୂରରେ ପଶ୍ଚିମ ଆରବ ସାଗରରେ ରହିଛି । କିନ୍ତୁ ଏହାର ପ୍ରଭାବ ମୁମ୍ୱାଇ ଉପରେ ଅଧିକ ପଡିଛି । ଉପକୂଳ ମହାରାଷ୍ଟ୍ର ପ୍ରତି ଅଧିକ ସତର୍କତା ଜାରି କରାଯାଇଛି । ବତମୁମ୍ୱାଇରେ ତୌତେର ତାଣ୍ଡବ, ମହାରାଷ୍ଟ୍ରରେ ୬ ଜଣଙ୍କ ମୃତ୍ୟୁ , ଆଜି ରାତିରେ ସୌରାଷ୍ଟ୍ରରେ ମାଡ ହେବ

ସାମୁଦ୍ରିକ ବାତ୍ୟା ତୌତେ ମୁମ୍ୱାଇ ଉପକୂଳରେ ତାଣ୍ଡବ ରଚିଲାଣିି । ଗୁଜରାଟ ଆଡକୁ ଏହା ମୁହାଉଁଥିଲେ ମଧ୍ୟ ମହାରାଷ୍ଟ୍ର ଉପକୂଳରେ ଏହା ପ୍ରଳୟ ରଚିଲାଣି । ଉପୁଡି ପଡିଲାଣି ଗଛ, ବିଜୁଳିଖୁଂଟ, କୋଠ କେବିନ ସହିତ କଚ୍ଚା ଘର । ପ୍ରବଳ ବର୍ଷା ପରେ ଅନେକ ଅଂଚଳରେ ପାଣି ପଶିଯାଇଛି । ଏହାରି ଭିତରେ ଚିନ୍ତାଜନକ ଖବର ହେଉଛି ଏହି ବାତ୍ୟାର ପ୍ରଭାବ ଆହୁରି କିଛି ଘଂଟା ଧରି ରହିବ । ମହାରାଷ୍ଟ୍ର ସରକାରଙ୍କ ତଥ୍ୟ ଅନୁସାରେ ବର୍ତମାନ ସୁଦ୍ଧା ସାମୁଦ୍ରିକ ବାତ୍ୟା ତୌତେ ପ୍ରଭାବରୁ ୬ ଜଣଙ୍କ ମୃତ୍ୟୁ ହେଲାଣି । ସାମୁଦ୍ରିକ ବାତ୍ୟା ତୌତେ କୁ ଦେଖି ରାତି ୧୦ଟା ଯାଏଁ ମୁମ୍ୱାଇ ଏୟାରପୋର୍ଟକୁ ବନ୍ଦ ରଖାଯାଇଛି । ବର୍ତମାନ ସମସ୍ତ ବିମାନ ଉଡାଣ ଓ ଅବତରଣ ବାତିଲ କରିଦିଆଯାଇଛି । ସେହିପରି ଅନେକ ଲୋକାଲ ଟ୍ରେନ ଚଳାଚଳ ମଧ୍ୟ ବାତିଲ ହୋଇଛି । କୌଣସି ଜରୁରୀ କାମ ନଥିଲ ଲୋକଙ୍କୁ ଘରୁ ବାହାରକୁ ନ ଯିବା ଲାଗି ଉଦ୍ଧବ ସରକାର ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ସାମୁଦ୍ରିକ ବାତ୍ୟା ତୌତେ କାରଣରୁ ଶେଷ ଖବର ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଛି, ୯ ଜଣ ଆହତ ହୋଇଛନ୍ତି , ୪ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି ।

ବର୍ତମାନ ବାତ୍ୟା ତୌତେ ମୁମ୍ୱାଇର ୧୬୦ କିମି ଦୂରରେ ପଶ୍ଚିମ ଆରବ ସାଗରରେ ରହିଛି । କିନ୍ତୁ ଏହାର ପ୍ରଭାବ ମୁମ୍ୱାଇ ଉପରେ ଅଧିକ ପଡିଛି । ଉପକୂଳ ମହାରାଷ୍ଟ୍ର ପ୍ରତି ଅଧିକ ସତର୍କତା ଜାରି କରାଯାଇଛି । ବର୍ତମାନ ମୁମ୍ୱାଇରେ ପବନର ବେଗ ଘଂଟା ପ୍ରତି ୯୦ କିଲୋମିଟର ରହିଛି । ଆଜି ସାମୁଦ୍ରିକ ବାତ୍ୟା ତୌତେ ଉତରକୁ ଗତି କରି ଗୁଜରାଟର ସୌରାଷ୍ଟ୍ର ନିକଟରେ ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଅତ୍ୟନ୍ତ ପ୍ରବଳ ବାତ୍ୟା ଆକାରରେ ଗୁଜରାଟ ଆଡକୁ ମାଡିଚାଲିଛି ତାଉ-ତେ । ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ ସମୁଦ୍ର ମଧ୍ୟରେ ବାତ୍ୟାର କେନ୍ଦ୍ରସ୍ଥଳ ନିକଟରେ ପବନର ବେଗ ଘଂଟାପ୍ରତି ୧୮୦ରୁ ୧୯୦ କିଲୋମିଟର ରହିଛି । ସମୟ ସମୟରେ ଏହା ୨୧୦ କିଲୋମିଟରରେ ପହଂଚି ଯାଉଛି ।
ସେହିପରି ରାତି ୮ଟାରୁ ୧୧ଟା ମଧ୍ୟରେ ଡିଉର ଡାହାଣ ପାଶ୍ୱରେ ସୌରାଷ୍ଟ୍ର ଉପକୂଳରେ ସ୍ଥଳଭାଗକୁ ଛୁଇଁବ । ଏହି ସମୟରେ ପବନର ବେଗ ଘଂଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଏବଂ ସର୍ବାଧିକ ୧୮୫ କିଲୋମିଟର ରହିପାରେ । ଏହାର ପ୍ରଭାବରେ ଦକ୍ଷିଣ ଗୁଜରାଟର ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ଆରମ୍ଭ ହୋଇଯାଇଛି

ମୁମ୍ୱାଇରେ ପବନର ବେଗ ଘଂଟା ପ୍ରତି ୯୦ କିଲୋମିଟର ରହିଛି । ଆଜି ସାମୁଦ୍ରିକ ବାତ୍ୟା ତୌତେ ଉତରକୁ ଗତି କରି ଗୁଜରାଟର ସୌରାଷ୍ଟ୍ର ନିକଟରେ ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

related posts

Leave a Comment