Home Breaking News / ତାଜା ଖବର ରାୟଗଡା ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୨୪୫: ମୃତ୍ୟୁ ସଂଖ୍ୟା ୮୧

ରାୟଗଡା ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୨୪୫: ମୃତ୍ୟୁ ସଂଖ୍ୟା ୮୧

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ଵର ରାଉତ): ରାୟଗଡା ଜିଲ୍ଲା ରେ କ୍ରମାଗତ ଭାବେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ସଂଖ୍ୟା (୧୬/୦୫/୨୧) ତାରିଖ ୨୪୫ (ତାରିଖ ୧୫/୦୫/୨୧)ର ୧୩୭ (ତାରିଖ ୧୪/୦୫/୨୧)ର ୨୮୭ (ତାରିଖ ୧୩/୦୫/୨୧ ୧୬୩ (ତାରିଖ ୧୨/୦୫/୨୧) ୨୧୨ ରାୟଗଡା ଜିଲ୍ଲା ର ୧୬/୦୫/୨୧ର ରାୟଗଡା ସହର ୫୬ ଜଣ ଆକ୍ରାନ୍ତ ରାୟଗଡା ବ୍ଲକ ୨୩ ଜଣ ଆକ୍ରାନ୍ତ । ରାମନଗୁଡ଼ା ବ୍ଲକ ୩୪ ଜଣ ଆକ୍ରାନ୍ତ ,ପଦ୍ମପୁର ବ୍ଲକ ୦୬ ଜଣ ,ମୁନିଗୁଡା ବ୍ଲକ ର ୨୧ ଜଣ, କାଶିପୁର ବ୍ଲକ ୦୫ ଜଣ,କଲନରା ବ୍ଲକ ୨୧ ଜଣ,କଲ୍ୟାଣସିଙ୍ଗପୁର ବ୍ଲକ ୦୪ ଜଣ, ଗୁଣପୁର ସହର ୨୬ ଜଣ ଓ ବ୍ଲକ ର ୧୦ ଜଣ, ଗୁଡ଼ାରୀ ବ୍ଲକ ୪୧ ଜଣ,ଚନ୍ଦ୍ରପୁର ବ୍ଲକ ର ୦୩ ଜଣ,ବିଷମକଟକ ବ୍ଲକ ର ୦୫ ଜଣ,ଏହିପରି ଜିଲ୍ଲା ର କରୋନା ସଂଖ୍ୟା ବଡୁଛି କମୁଛି ୧୦୦ ରୁ ୨୦୦ ଭିତରେ ରହୁଛି । କେତେ ଲକ ଡାଉନ ସଟ ଡାଉନ ଓ ଆନ୍ଧ୍ର ଓଡ଼ିଶା ବୋଡ଼ର୍ର ଚେକିଂ କଲେ ମଧ୍ୟ ସଂଖ୍ୟା ଅପରିବର୍ତ୍ତିତ ରହୁଛି । ପ୍ରଶାସନର ମୁଣ୍ଡବ୍ୟଥା ର କାରଣ ହୋଇଛି । ରାୟଗଡା ସହରର ପ୍ରତେକ ଛକ ରେ ପୋଲିସ ହେଲିମେଟ ଓ ମାସ୍କ ଚେକିଂ କରି ଅମାନିଆ ଙ୍କ ଠୁ ମୋଟା ଅଙ୍କର ଜୋରିମାନା ଆଦାୟ କରା ଯାଉଛି । ଜାର ଜରୁରୀକାଳୀନ କାମ ଥିଲେ ଲେଖା କିମ୍ବା ପରିଚୟ ପତ୍ର ଦେଖାଇ ଜା ଆସ କରୁଛନ୍ତି । ଔଷଧ ଦକାନ ଓ ଗ୍ରସରି ଦୁକାନ ମାତ୍ର ଦିନ ୧୨ ଟା ଯାଏ ଖଲା ରହୁଛି । କିନ୍ତୁ ମଦ ଦୋକାନ ଖୋଲିବାକୁ ମନା କରାଯାଇଥିଲେ ସୁଦ୍ଧା ଲୁଚାଚୁରା ଭାବରେ ବହୁ ଚଢା ଦରରେ ବିକ୍ରୀ କରି ଅସାଧୁ ଉପାୟରେ ଲୋକଙ୍କୁ ଠକି ବାର ଦେଖିବାକୁ ମିଳୁଛି। ଚିନ୍ତାର ବିଷୟ ଏହିକିଯେ ଆଜି ସୁଦ୍ଧା ଜିଲ୍ଲାରେ ସର୍ବମୋଟ ୧୨୮୦୯ ଜଣ ଆକ୍ରାନ୍ତ ହୋଇ ଥିବା ବେଳେ ଏକ୍ତୀଭ୍ କେସ ୧୪୩୮ ଓ ୧୧୨୯୦ ଜଣ ସୁସ୍ଥ ହେଇ ଘରକୁ ଫେରିଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ୮୧ ଅଟେ।

related posts

Leave a Comment