Home Breaking News / ତାଜା ଖବର କରୋନା ରୋଗୀଙ୍କ ଶବ ସତ୍କାର ପାଇଁ ୧୫୦୦୦ ଟଙ୍କା

କରୋନା ରୋଗୀଙ୍କ ଶବ ସତ୍କାର ପାଇଁ ୧୫୦୦୦ ଟଙ୍କା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ନାରାୟଣ ପାଢ଼ୀ): କରୋନା ମହାମାରୀ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରୁଥିବା ପ୍ରତେକ ରୋଗୀଙ୍କ ଶବ ସତ୍କାର ପାଇଁ ରାଜ୍ୟ ସରକାର ପ୍ରଦାନ କରିବେ ୧୫୦୦୦ଟଙ୍କା. ଏହିପରି ନୂତନ ନିୟମର ଲାଗୁ କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର. ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱଇ.ଏସ. ଜଗନମୋହନ ରେଡ୍ଡୀ ଏହି ନିଷ୍ପତି ନେଇଛନ୍ତି. ଆନ୍ଧ୍ରପ୍ରଦେଶ ରାଜଧାନୀ ଆମରାବତୀ ଠାରେ ଆୟୋଜିତ ଆୟୋଜିତ ସର୍ବଦଳୀୟ ଓ ସମସ୍ତ ଦଳୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ନେଇ ଆୟୋଜିତ ବୈଠକରେ ଏହି ନିଷ୍ପତି ନିଆଯାଇଛି. କରୋନାର ଦ୍ୱିତୀୟ ଲହରୀ ସାରା ଆନ୍ଧ୍ରପ୍ରଦେଶ ବାସୀଙ୍କୁ ଅସ୍ତଵ୍ୟସ୍ଥ କରିଦେଇଛି ଏପରିକି ପ୍ରତେକ ଦିନ ୨୦୦୦୦ ରୁ ଉର୍ଦ୍ଧ ରୋଗୀ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ଓ ସେହି ମାତ୍ରାରେ ମୃତ୍ୟୁ ସଂଖ୍ୟା ପ୍ରତେକ ଦିନ ୧୫୦ରୁ ଉର୍ଦ୍ଧ ରହୁଛି. ସାରା ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀକୁ ନେଇ ଚାରିଆଡେ ହାହାକାର ଖେଳିଯାଇଛି ସାରା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲକୁ କୋଭିଡ ହସ୍ପିଟାଲରୂପେ ରାଜ୍ୟ ସରକାର ଘୋଷଣା କରିଥିଲେ ସୁଦ୍ଧା ସଭ ଜାଗାରେ ରୋଗୀଙ୍କ ପାଇଁ ବେଡ଼ର ଅଭାବ ଦେଖାଦେଇଛି ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ଜଗନମୋହନ ରେଡ୍ଡୀ ସରକାର କରୋନାରେ ମୃତ୍ୟୁବରଣ କରିଥିବା ପ୍ରତେକ ରୋଗୀଙ୍କ ସମ୍ପର୍କୀୟଙ୍କୁ ତୁରନ୍ତ ରାଜ୍ୟ ସରକାରଙ୍କ ପାଣ୍ଠିରୁ ୧୫୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ୧୩ଟି ଜିଲାର ଜିଲ୍ଲାପାଳଙ୍କୁ ନିର୍ଦେଶ ଜାରି କରିଛନ୍ତି. ଏହି ବୈଠକରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ଏପରିକି ରାଜ୍ୟର ବିଶାଖାପାଟଣା, ଚି଼ତୁର, ପୂର୍ବ ଓ ପଶ୍ଚିମ ଗୋଦାବରୀ ଓ କୁର୍ଣ୍ଣଲରେ ପ୍ରତେକ ଦିନ ରୋଗୀଙ୍କ ସଂଖ୍ୟ ୨୦୦୦ରୁ ଉର୍ଦ୍ଧରେ ରହୁଥିବାରୁ ଆଗାମୀ ୨୦ ତାରିଖ ଠାରୁ ଆନ୍ଧ୍ରପ୍ରଦେଶର ସମସ୍ତ ଜିଲାରେ ସମ୍ପୂର୍ଣ ୨୪ ଘଣ୍ଟିଆ ଲକଡାଉନ ପାଇଁ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି.

related posts

Leave a Comment