Home Breaking News / ତାଜା ଖବର ପଶ୍ଚିମବଙ୍ଗ ନାରଦା ଷ୍ଟିଙ୍ଗ ମାମଲା, ଗିରଫ ୪ ଟିଏମସି ନେତାଙ୍କୁ ଜାମିନ୍‌

ପଶ୍ଚିମବଙ୍ଗ ନାରଦା ଷ୍ଟିଙ୍ଗ ମାମଲା, ଗିରଫ ୪ ଟିଏମସି ନେତାଙ୍କୁ ଜାମିନ୍‌

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପଶ୍ଚିମବଙ୍ଗରେ ସିବିଆଇ କୋର୍ଟରେ ହାରିଲା ସିବିଆଇ । ଟିଏମସି ନେତାଙ୍କୁ ମିଳିଲା ଜାମିନ୍ । ୬ ଘଂଟା ଧରି ସିବିଆଇ ଅଫିସରେ ମମତା ବାନାର୍ଜୀଙ୍କ ହାଇଡ୍ରାମା ପରେ ଜାମିନରେ ମୁକୁଳିଲେ ୪ ଟିଏମସି ନେତା । ଚର୍ଚିତ ନାରଦା ଷ୍ଟିଙ୍ଗ ମାମଲାରେ ସିବିଆଇ କୋର୍ଟରୁ ସିବିଆଇକୁ ମିଳିଛି ଝଟକା । ସିବିଆଇ ଗିରଫଦାରୀର ୭ ଘଂଟା ପରେ ୪ ଟିଏମସି ନେତା ଙ୍କୁ ମିଳିଛି ଜାମିନ । ପଶ୍ଚିମବଙ୍ଗର ମନ୍ତ୍ରୀ ଫରିହାଦ ହାକିମ, ମନ୍ତ୍ରୀ ସୁବ୍ରତ ବାନାର୍ଜୀ, ବିଧାୟକ ମଦନ ମିତ୍ରଙ୍କୁ ଗିରଫ କରିଥିଲା ।

ମାତ୍ର ୭ ଘଂଟା ଭିତରେ ଜଷ୍ଟିସ ଅନୁପମ୍ ବାନାର୍ଜୀଙ୍କୁ ନେଇ ଗଠିତ ସିବିଆଇର ବିଶେଷ ଅଦାଲତ ଗିରଫ ଟିଏମସି ନେତାଙ୍କ ୁଜାମିନ ପ୍ରଦାନ କରିଥିଲେ । ଗିରଫ ୪ ଟିଏମସି ନେତାଙ୍କ ମଧ୍ୟରୁ ୨ ଜଣ ମନ୍ତ୍ରୀ ଓ ଜଣେ ବିଧାୟକ ରହିଥିବାରୁ ଏହି ଖବର ସାମ୍ନାକୁ ଆସିବା ପରଠାରୁ ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ ଲାଗି ରହିଥିଲା । ସିବିଆଇ ଅଫିସ ଆଗରେ ଶହ ଶହ ଟିଏମସି ସମର୍ଥକ ଓ କର୍ମୀ ପହଁଚି ବିକ୍ଷୋଭ କରିଥିଲେ । ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ।

ଟିଏମସି କର୍ମୀ ସିବିଆଇ ଅଫିସ ବାହାରେ ଇଟାପଥର ମାଡ କରିଥିଲେ । ଜବାବରେ ସୁରକ୍ଷାକର୍ମୀ ଲାଠିଚାର୍ଜ କରିଥିଲେ । ସେପଟେ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଅଫିସରେ ଗିରଫଦାରୀ ବିରୋଧରେ ପ୍ରବଳ ବର୍ଷିବା ସହ ତାଙ୍କୁ ମଧ୍ୟ ଗିରଫ କରିବାକୁ ଦାବି କରି ବସି ରହିଥିଲେ ।
ସେପଟେ ସିବିଆଇ ଅଫିସ ବାହାରେ ଚାଲିଥିବା ପଥରବାଜି ଘଟଣାକୁ ନେଇ ଟୁଇଟ କରି ଚିନ୍ତା ପ୍ରକଟ କରିଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧଙ୍କଡ । ଟିଏମସି କର୍ମୀ ଏପରି କାଣ୍ଡ ଘଟାଉଥିବା ବେଳେ ପଶ୍ଚିମବଙ୍ଗ ପୋଲିସ ଓ କୋଲକାତା ପୋଲିସ କେବଳ ମୁକ ଦର୍ଶକ ପାଲଟିଥିବା ସେ ଟୁଇଟ୍ କରିଥିଲେ । ଘଟଣାର ତୁରନ୍ତ ସମାଧାନ ହେବା ନେଇ ସେ ଉଲ୍ଲେଖ କରିଥିଲେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଏହା ବିଜେପି ତଥା କେନ୍ଦ୍ର ସରକାରଙ୍କ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି କହିଛି ଟିଏମସି ।

୨୦୧୬ ମସିହାରେ ସାମ୍ନାକୁ ଆସିଥିଲା ଏହି ନାରଦା ଷ୍ଟିଙ୍ଗ ମାମଲା । ରାଜ୍ୟପାଳଙ୍କ ଠାରୁ ଏହାର ତଦନ୍ତ ନେଇ ନିର୍ଦ୍ଦେଶ ବି ମିଳିଥିଲା ।

related posts

Leave a Comment