ବେଲଗୁଣ୍ଠା(ସୁରେଶ ସୁବୁଦ୍ଧି): ବେଲଗୁଣ୍ଠା ବ୍ଲକ ଅଧିନ ଆମ୍ବପୁଆ ପଞ୍ଚାୟତ ଅନ୍ତର୍ଗତ ବଜ୍ରଗଡ଼ ଆମ୍ବ ତୋଟା ନିକଟରେ ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଉ ଥିବା ବେଳେ ନିଜେ ତାରରେ ଲାଗିଗଲେ ଶିକାରୀ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବଜ୍ରଗଡ଼ ଗ୍ରାମରେ l ମୃତ ବ୍ୟକ୍ତି ଜଣକ ହେଲେ ବଜ୍ରଗଡ଼ ଗ୍ରାମର ନାରାୟଣ ନାୟକ (୩୫) l ଆଜି ସକାଳେ ବଜ୍ରଗଡ଼ ଗ୍ରାମ ନିକଟ ଏକ ତୋଟାରେ ନାରାୟଣଙ୍କ ମୃତ ଦେହ ପଡ଼ିଥିବା ଖବର ପ୍ରଚାର ହେବା ପରେ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ କାଟିବା ପରେ ନାରାୟଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ନେଇ ଥିଲେ l ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିବା ଜଣା ପଡିଛି l ଖବର ପାଇ ବୁଗୁଡ଼ା ରେଞ୍ଜରଙ୍କ ନିର୍ଦେଶ କ୍ରମେ ଗାର୍ଡ ପ୍ରଶାନ୍ତ ପଲେଇ ଘଟଣା ସ୍ଥଳରେ ପହଞ୍ଚି ପଚରା ଉଚରା କରିଥିଲେ l ନାରାୟଣ ସମେତ ଚାରି ଜଣ ବ୍ୟକ୍ତି ବାନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାରକୁ ଦୂର ପର୍ଯ୍ୟନ୍ତ ନେଇ ବିଛାଇ ବାକୁ ଉଦ୍ୟମ କରୁଥିବା ବେଳେ ନାରାୟଣ ବିଦ୍ୟୁତ ତାରରେ ଲାଗିଯିବା ପରେ ଅନ୍ୟମାନେ ଫେରାର ହୋଇ ଯାଇଥିବା ନେଇ ରେଞ୍ଜେର ଫକୀର ଚରଣ ବେହେରା ସୂଚନା ଦେବା ସହ ବ୍ୟକ୍ତିଗତ ଜମିରେ ଏ ଘଟଣା ଘଟି ଥିବାରୁ ବିଦ୍ୟୁତ ବିଭାଗ ଓ ପୋଲିସ ଏହାର ତଦନ୍ତ କରିବେ ବୋଲି କହିଛନ୍ତି l ଅନ୍ୟ ଉପରେ ଦୋଷ ଲାଦିଦେଇ ବନ ବିଭାଗ ନିଜେ ଦୋଷ ମୁକ୍ତ ହୋଇଗଲା ଏହିପରି ଅନେକ ଦୁର୍ଘରଣା ବୁଗୁଡା ବନାଚଳ ରେ ଦେଖିବାକୁ ମିଳୁଛି ଯେ ପ୍ରତେକ ଦିନ ଜଙ୍ଗଲର ନିରୀହ ଜୀବ କୁ ଶିକାର ହେଉଥିବା ବେଳେ ବନବିଭାଗ ନାଭିରେ ତେଲଦେଇ କୁମ୍ଭକର୍ଣ ନିଦ୍ରାରେ ତେଣୁ ପଦସ୍ତ ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦେବା ସହ ଉଚିତ ପଦକ୍ଷେପ ଗ୍ରହଣ କରିବା ସହ ନିରୀହ ପ୍ରାଣୀ ଙ୍କ ଜୀବନ ରକ୍ଷା ହେବ।କିଛିଦିନ ତଳେ ସେହି ବଜ୍ରଗଡ଼ ଠାରେ ହିଁ ଏହିପରି ଦୃଘଟଣା ଘଟି ଗାଈ ର ମୃତ୍ୟୁ ହୋଇଥିଲା ତେବେ ଆମ୍ବ ଗୋଟାଇ ବାକୁ ଯାଇଥିବା ବେଳେ ବିଦ୍ୟୁତ ତାରରେ ଲାଗି ନାରାୟଣଙ୍କ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହା ଯାଇଛି l ଅଧିକ ତଦନ୍ତ ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ବିଦ୍ୟୁତ ବିଭାଗ ସୂଚନା ଦେଇଛି l
ନିଜ ତାରରେ ନିଜେ ପଡିଲା ଶିକାରୀ
Share with
previous post