Home Breaking News / ତାଜା ଖବର ବୋରିଗୁମ୍ମାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ବୋରିଗୁମ୍ମାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜିତ ପାଣିଗ୍ରାହୀ):ପବିତ୍ର ଅକ୍ଷୟ ତୃତୀୟା ରେ ବୋରିଗୁମ୍ମା ରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇଯାଇଛି। ଆଜି ସକାଳେ ଜଗନ୍ନାଥ ମନ୍ଦିରରେ ମଙ୍ଗଳ ଆଳତୀ ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ସଭାପତି ରାମଚନ୍ଦ୍ର ପାଢୀ ଙ୍କ ସଭାପତିତ୍ୱ ରେ ପୁରୋହିତ ଭାବେ ମନ୍ଦିର ର ପୂଜକ ଦିଲ୍ଲୀପ କୁମାର ପଣ୍ଡା, ସଦାଶିବ ରଥ ଓ ମୁଖ୍ୟ ମହାରଣା ଭାବେ ଭଗବାନ ମହାରଣା ଓ ଦିବାକର ମହାରଣା ଯୋଗ ଦେଇ କୋଭିଡ ନିୟମ ମାନି ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରିଥିଲେ। ତେବେ ଚଳିତ ବର୍ଷ ରଥ ନୂଆ କାଠରେ ନିର୍ମାଣ କରାଯିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଏଣୁ ଗତ ଦୁଇ ମାସ ରୁ ଉର୍ଦ୍ଧ୍ବ ହେବ ପୁରୀ ରୁ ଆଠ ଜଣ ମହାରଣା ମାନେ ଆସି ନୂତନ ରଥ ନିର୍ମାଣ ରେ ଲାଗିଥିଲେ। ବର୍ତ୍ତମାନ ରଥ ନିର୍ମାଣ କାମ ଶତକଡା ୭୦ ଭାଗ ଶେଷ ହୋଇଥିବା ଜଗନ୍ନାଥ ମନ୍ଦିର କମିଟି ସଭାପତି ରାମଚନ୍ଦ୍ର ପାଢୀ ସୂଚନା ଦେଇଛନ୍ତି।ପ୍ରକାଶ ଥାଉକି ଗତ ବର୍ଷ କୋଭିଡ କଟକଣା ଯୋଗୁଁ ରାଜ୍ୟରେ କେବଳ ପୁରୀ ରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟ ସ୍ଥାନ ମାନଙ୍କରେ କେବଳ ନୀତିକାନ୍ତି କରାଯାଇଥିଲା। ଗତ ବର୍ଷ କୌଣସି ସ୍ଥାନରେ ରଥ ଗଡି ନ ଥିଲା। ଚଳିତ ବର୍ଷ ମହାମାରୀ କରୋନା ର ଦ୍ଵିତୀୟ ଲହର ଯୋଗୁଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। ତେବେ ଚଳିତ ବର୍ଷ ରଥ ନିର୍ମାଣ ନିଶ୍ଚିତ ହୋଇଥିବା ବେଳେ ରଥ ଗଡ଼ିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଆଗାମୀ ଜୁଲାଇ, ୧୨ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟ ସରକାର ସେହି ସମୟରେ କରୋନା ସ୍ଥିତି କୁ ଦେଖି ରଥଯାତ୍ରା ହେବ କି ନାହିଁ ନିଷ୍ପତ୍ତି ନେବେ। ବର୍ତ୍ତମାନ ମନ୍ଦିର ପରିଚାଳନା କମିଟି ବିଧିବିଧାନ ଅନୁସାରେ କାମ କରୁଥିବା କୁହାଯାଉଛି।ଏକ ସପ୍ତାହ ମଧ୍ୟରେ ନୂତନ ରଥ ନିର୍ମାଣ ଶେଷ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

related posts

Leave a Comment