Home Breaking News / ତାଜା ଖବର ଚୋରା ଶାଳ କାଠ ପିକଅପ ଭ୍ୟାନ ଦୁର୍ଘଟଣା

ଚୋରା ଶାଳ କାଠ ପିକଅପ ଭ୍ୟାନ ଦୁର୍ଘଟଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କମଳାଦେଇପୁର ଛକ ଠାରେ ଚୋରା ଶାଳ କାଠ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣା।ଗାଡି ଟିର ଚକା ଫାଟି ଯିବାରୁ ଏଭଳି ଦୁର୍ଘଟଣା ହୋଇଛି।ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଘଟଣା ସ୍ଥଳରୁ ଗାଡ଼ି ଡ୍ରାଇଭର ଫେରାର ହୋଇଯାଇଛି।ମୃତ ଯୁବକ ଜଣକ ହେଉଛନ୍ତି ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗ୍ରାମର ବଟ ଶାହାଣୀ ଙ୍କ ପୁଅ ରାକେଶ ଶାହାଣୀ।ରାକେଶ ଙ୍କ ବୟସ 22 ବର୍ଷ ହେବ।ରାକେଶ ଜଣେ ମଜୁରିଆ ଭାବେ ସେହି ଗାଡ଼ିରେ କାମ କରୁଥିଲା।ରାକେଶ କୁ କାନପୁର ଡାକ୍ତରଖାନା କୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ସୂଚନା ଅନୁଯାୟୀ ଏହି ପିକ ଅପ ଭ୍ୟାନ ରେ 22 ଖଣ୍ଡ ଚୋରା ଶାଳ ଗଣ୍ଡି ଚାଲାଣ ହେଉଥିଲା।ଶାଳ କାଠ ର ଆନୁମାନିକ ମୂଲ୍ୟ 80 ହଜାର ଟଙ୍କା ହେବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି।ଘଟଣାସ୍ଥଳରେ ନରସିଂହପୁର ପୋଲିସ ଓ ବନବିଭାଗ ପହଞ୍ଚି ତଦନ୍ତ କରୁଥିବା ବେଳେ ଏକ JCB ସାହାଯ୍ୟରେ ଗାଡ଼ିଟିକୁ ନରସିଂହପୁର ବନବିଭାଗ କାର୍ଯ୍ୟାଳୟ କୁ ନିଆଯାଇଛି।ପ୍ରତ୍ୟେକ ଦିନ ନରସିଂହପୁର ରେ ଏମିତି ବିଭିନ୍ନ ଦାମୀ କାଠର ଚୋରା ଚାଲାଣ ହେଉଥିବା ବେଳେ ନରସିଂହପୁର ବନବିଭାଗ କିମ୍ବା ପୋଲିସ କିପରି ତାହାର ଟେର ପାଉନାହାନ୍ତି ତାହା ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ବନବିଭାଗ କୁ କାଠର ଚୋରା ଚାଲାଣ ବିଷୟରେ ପଚାରିବାରୁ କ୍ୟାମେରା ସମ୍ମୁଖରେ କିଛି କହିବା ପାଇଁ ତାଙ୍କୁ ନିର୍ଦେଶ ନାହିଁ ବୋଲି କହିଛନ୍ତି।

related posts

Leave a Comment