Home Breaking News / ତାଜା ଖବର ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ସାହୁଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ସାହୁଙ୍କ ପରଲୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ପାଟଣାଗଡ଼ ର ଆଉଜଣେ ବରିଷ୍ଟ ସାମ୍ବାଦିକ ଆଉ ନାହାନ୍ତି ପାଟଣାଗଡ଼ ର ବରିଷ୍ଟ ସାମ୍ବାଦିକ ତଥା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଙ୍ଘର ଭାରପ୍ରାପ୍ତ ସଭାପତି ଓ ପାଟଣାଗଡ଼ ର ସଙ୍ଘର ସଭାପତିକୈଲାସ ଚନ୍ଦ୍ର ସାହୁ ଆଜି ସକାଳ 5 ଘଣ୍ଟାର ସମୟରେ ବିୟୋଗର ଖବର ପାଇ ସାରା ପାଟଣାଗଡ଼ ସହରରେ ଶୋକର ଛାୟା ଖେଳିଯାଇଛି। ସାହୁ ପ୍ରଥମେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନନ୍ଦିନୀ ଶତପଥୀଙ୍କ ଖବରକାଗଜ ଧରିତ୍ରୀ ରେ ବହୁ ବର୍ଷ କାମ କରି ଆସୁଥିଲେ। ସେ ଏ ଅଞ୍ଚଳର ସାମ୍ବାଦିକ ଜଗତର ଧ୍ରୁବତାରା ପରେ ପ୍ରଗତିବାଦୀ ରେ ବହୁ ବର୍ଷ ଧରି କାମ କରି ଗତ କିଛି ମାସ ହେଲା ଅବ୍ୟାହତ ନେଇଥିଲେ। ତାଙ୍କରି ମୃତ୍ୟ ରେ ପାଟଣାଗଡ଼ ସାମ୍ବାଦିକ ସଙ୍ଘ ତରଫରୁ ସଙ୍ଘର ସଦାଶିବ ସରାଫ ପ୍ରହଲ୍ଲାଦ ପାଢ଼ୀ ବଂଶୀଧର ସେଠ ବିଶ୍ୱାସ ପଟନାୟକ ସୁନୀଲ ଚୋପଦାର ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ତାଙ୍କର ବିୟୋଗ ଖବର ପାଇଁ ବଲାଙ୍ଗିର ସାଂସଦ ଶ୍ରୀମତୀସଂଗୀତା ସିଂଦେଓ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଜିଲ୍ଲା ସମ୍ବାଦିକ ସଙ୍ଘର ସଭାପତି ହରିନାରାୟନ ପୂଜାରୀ ଜିଲ୍ଲା ଓୟୁଜର ସଭାପତି ଦୀପକ ସମାଜଦାର ସମ୍ପାଦକ ପ୍ରଦୀପ୍ତ ମିଶ୍ର ଓ ରାଜ୍ୟ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ଗଭୀର ଶୋକ ପ୍ରକାଶ କରି ତାଙ୍କର ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି

related posts

Leave a Comment