Home Breaking News / ତାଜା ଖବର ବଲଭଦ୍ରପୁରରେ ଏକ ଦିବସିୟ ଦାରୁ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବଲଭଦ୍ରପୁରରେ ଏକ ଦିବସିୟ ଦାରୁ ବିଗ୍ରହ ପ୍ରତିଷ୍ଠା ଉତ୍ସବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ବଲଭଦ୍ରପୁରଠାରେ ଏକ ଦିବସିୟ ଦାରୁ ବିଗ୍ରହ ପ୍ରତିଷ୍ଠା କୋଭିଡ଼ ନିୟମାନୁସାରେ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ଶ୍ରୀଯୁକ୍ତ ଧନେଶ୍ୱର ପୃଷ୍ଟି ଓ ଶ୍ରୀମତୀ ସୁଷମା ପୃଷ୍ଟିଙ୍କ ତତ୍ୱାବଧାନରେ ଆୟୋଜିତ ପ୍ରତିଷ୍ଠା ଯଜ୍ଞରେ ବ୍ରହ୍ମା ଭାବେ ଶ୍ରୀଯୁକ୍ତ ନିର୍ମଳ ପଣ୍ଡା, ଯଜ୍ଞଆଚାର୍ଯ୍ୟ ଭାବରେ ଦିପୁଆ ପଣ୍ଡା,ନ୍ୟାସ ଆଚାର୍ଯ୍ୟ ଭାବରେ ରାମଚନ୍ଦ୍ର ମିଶ୍ର, ପରିଚାଳକ ଭାବରେ ଶ୍ୟାମ ସୁନ୍ଦର ପାଠୀ,ପୁସ୍ତକାଚାର୍ଯ୍ୟଭାବେ ବରିଷ୍ଠ ଯୁବ ସାମ୍ବାଦିକ ତଥା ଅଧ୍ୟାପକ ଡ଼ଃ ଚିନ୍ମୟ ଦାଶ ,ସମିଧାଚାର୍ୟ ଭାବରେ ନରେଶ ପଣ୍ଡା ଆଦିଯୋଗଦାନକରି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।ଏହି ଅଵସରରେ ଅଙ୍କୁରାଧିବାସ,ସୂର୍ଯ୍ୟପୂଜା, ଗୁରୁ ଗୋବିନ୍ଦ ପୂଜା,ଧେନୂ ପୂଜା,ଗୀତା ଆହୁତି,ବେଦାହୁତି,ଉପନୟନ, ନଗର ଯାତ୍ରା,ନବଯୌବନ ଦର୍ଶନ, ନାମ ସଂକୀର୍ତ୍ତନ ସହ ଆଚାର୍ଯ୍ୟ ପଣ୍ଡିତ ମାନଙ୍କଦ୍ୱାରା ଯଜ୍ଞ କର୍ମର ପୂର୍ଣାହୁତି କରାଯାଇଥିଲା।ଓଡ଼ିଆ ଜାତିର ଅସ୍ମିତା ଭାବରେ ପୂଜା ପାଉଥିବା ଦାରୁବିଗ୍ରହ ମାନଙ୍କର ନୀତିକାନ୍ତିରେ କେତକୀ ଲତା ପୃଷ୍ଟି,ରାଧାଶ୍ୟାମ ପୃଷ୍ଟି,ରାଜେନ୍ଦ୍ର ପୃଷ୍ଟି,ରାଖାଲ ପୃଷ୍ଟି,ରଞ୍ଜନ ପୃଷ୍ଟି,ମାନସୀ ପୃଷ୍ଟି,ସୁସେନ ପୃଷ୍ଟି,ରଞ୍ଜନ ସାହୁଙ୍କ ସମେତ ସମସ୍ତ ବଲଭଦ୍ରପୁର ଗ୍ରାମର ଗ୍ରାମବାସୀମାନେ ସହଯୋଗ କରିଥିଲେ।

related posts

Leave a Comment