Home Breaking News ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକତେ’: କର୍ଣ୍ଣାଟକର ୭୩ ଗାଁ ପ୍ରଭାବିତ ୪ ମୃତ, ଗୁଜରାଟରେ ପ୍ରବଳ ବର୍ଷା

ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକତେ’: କର୍ଣ୍ଣାଟକର ୭୩ ଗାଁ ପ୍ରଭାବିତ ୪ ମୃତ, ଗୁଜରାଟରେ ପ୍ରବଳ ବର୍ଷା

by Times One Odia
Share with
     
 
 
   

ବାତ୍ୟା ‘ତୌକତେ’ଏକ ଭୟଙ୍କର ଝଡ଼ର ରୂପ ନେଲାଣି । ଏହା ଏବେ ଗୁଜରାଟ ମୁହାଁ ହୋଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ “କୋଙ୍କଣ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ସମ୍ଭାବ୍ୟ ବାତ୍ୟା ପାଇଁ ଚେତାବନୀ ଦିଆଯାଇଛି। କର୍ଣ୍ଣାଟକ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ ଚାରିଜଣ ଲୋକ ଏପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି ଏବଂ ୭୩ ଟି ଗାଁ ଘୂର୍ଣ୍ଣିବଳୟ ‘ତୌକତେ’ ଦ୍ୱାରା ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକର ୬ ଟି ଜିଲ୍ଲା ପ୍ରଭାବିତ ହୋଇଛି । ସେପଟେ ବାତ୍ୟା ପ୍ରଭାବରେ ଗୁଜରାଟରେ ମଧ୍ୟ ବର୍ଷା ଆରମ୍ଭ ହୋଇଗଲାଣି । ସ୍ଥିତି ଉପରେ ନଜର ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବରିଷ୍ଠ ଅଧିକାରୀ ଓ ବାତ୍ୟା ପ୍ରଭାବିତ ହେବାକୁ ଥିବା ୫ ରାଜ୍ୟ ସହିତ କଥା ହୋଇଛନ୍ତି ।

related posts

Leave a Comment