Home Breaking News / ତାଜା ଖବର କର୍ମଚାରୀ ନାହାନ୍ତି: ମୁକୁଳା ପଡିଛି ବ୍ରାହ୍ମଣ ପାଦ କରୋନା ଟେଷ୍ଟିଙ୍ଗ ସେଣ୍ଟର

କର୍ମଚାରୀ ନାହାନ୍ତି: ମୁକୁଳା ପଡିଛି ବ୍ରାହ୍ମଣ ପାଦ କରୋନା ଟେଷ୍ଟିଙ୍ଗ ସେଣ୍ଟର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-( ସୁନୀଲ ପଟ୍ଟନାୟକ), ଫାର୍ମାସିଷ୍ଟ, ଡାକ୍ତର କି କର୍ମଚାରି କେହି ବି ନାହାଁନ୍ତି, ମୁକୁଳାପଡିଛି କରୋ ନା ଟେଷ୍ଟିଙ୍ଗ ସେଣ୍ଟର। ଦାୟୀତ୍ଵହୀନ ଭାବରେ ସବୁ ଖୋଲା ମେଲା ଛାଡିଦେଇ ସମସ୍ତ କର୍ମଚାରୀ ପଳାଇ ଥିବା ଦେଖିବାକୁ ମିଳିଛି । ଭିତରେ କରୋନା ଟେଷ୍ଟିଙ୍ଗ ସଂପର୍କିତ ଜରୁରୀ କାଗଜପତ୍ର ଠୁ ଆରମ୍ଭ କରି ମାସ୍କ ,ସାନିଟାଇଜର,ମୁଲ୍ୟବାନ କିଟ ଆଦି ରହିଥିବା ଦେଖିବାକୁ ମିଳିଛି । କେହି ଜଣେ ଚାହିଲେ ବି ନେଇ ଯାଇ ପାରିବ। ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ବ୍ରାହ୍ମଣପାଦ ସି ଏଚସି ଦ୍ଵାରା ପରିଚାଳିତ ନିକଟରେ ଥିବା ଏକ ସ୍କୁଲ ଘରେ ଖୋଲାଯାଇଥିବା କରେ ।ନା ସେଣ୍ଟର ର ଦୃଶ୍ୟ। ଅଭିଯୋଗ କଲେ ବି ଶୁଣିବାକୁ କିଏ ନାହିଁ।
ସରକାର କରେ । ନା ମୁକାବିଲା ପାଇଁ ଯୋର ଦାର ପ୍ରସ୍ତୁତି ଚଳାଇ ଥିବା ବେଳେ ଦାୟିତ୍ଵରେ ଥିବା କର୍ମଚାରୀଙ୍କ ଦାୟୀତ୍ଵହୀନତା ସମସ୍ତଙ୍କୁ ବିସ୍ମିତ କରିଛି । ଏପଟେ ସରକାର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ଡାକ୍ତର ମାନଙ୍କୁ କରୋନାର ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ଫଳରେ ସେମାନେ ଉସର୍ଗୀକୃତ ଭାବେ ନିଷ୍ଠା ଓ ଆନ୍ତରୀକ ତାର ସହ ଲୋକଙ୍କୁ ସେବା ଯୋଗାଇଦେ ବେ। ଅନେକ ସ୍ଥାନରେ ଜୀବନକୁ ବାଜି ଲଗାଇ ଉନ୍ନତମାନର ସ୍ୱାସ୍ଥ୍ୟସେବା ମଧ୍ୟ ଯୋଗାଇ ଦେଉଛନ୍ତି କୋ6ରାନା ରୋଗୀଙ୍କୁ ।
ହେଲେ ହାତଗଣତି କିଛି ଦାୟିତ୍ଵ ହୀନକର୍ମଚାରୀ ମାନଙ୍କ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି କେତକ ସ୍ଥାନରେ ।
ସୂଚନାଯୋଗ୍ୟଯେ ଏହିଅଞ୍ଚଳର କେତେକ ଲୋକ ଶନିବାର ରାତିରେ କରୋନା ସଂପର୍କିତ ଖବର ଜାଣିବା ପାଇଁ ସେଠାକୁ ଯାଇଥିବାବେଳେ ଖୋଲା ପଡିଥିବା ସାଙ୍ଗକୁ ଲାଇଟ ଜଳିବା ସହ ପଙ୍ଖା ମଧ୍ୟ ଘୁରୁଥିଲା, ହେଲେ ସେଠାରେ କେହି କର୍ମଚାରୀ ନଥିବା ଦେଖିବାକୁ ପାଇଥିଲେ ।
ଅନେକ ସମୟ ଅପେକ୍ଷା କରିବାପରେ ବି କାହାରି ବି ଦେଖା ମିଳି ନ ଥିଲା । ପରେ ଖବର ପାଇ ଚକ। ପାଦ ପୋଲିସ ମଧ୍ୟ ପହଞ୍ଚିଥିଲା। ପରେ ମେଡିକାଲ ଅଫିସରଙ୍କୁ ଜଣାଇବା ପରେ ସେ କର୍ମଚାରିପଠାଇ ତାଲା ପକାଇ ଥିବା ଜଣାପଡିଛି
ଏହିକରୋନା ସେଣ୍ଟର କେତେବେଳ ଠାରୁ କେତେ ସମୟ ଯାଏ ଖୋଲା ରହିବ ସେ ସଂପର୍କରେ ତଥ୍ୟ ସୂଚନା ଫଳକରେ ରହିବା କଥା। ସୂଚନା ପାଇଁ କେହି ଜଣେ କର୍ମ ଚାରି କିମ୍ବା ନାଇଟ ୱ। ଚର ଜଣେ ନିୟୋଜିତ ରହିବା କଥା। ହେଲେ କେହିନଥିଲେ। ତେବେ କାହିକି ଓ କଣ ପାଇଁ କେହି ହେଲେ ନଥିଲେ ଜଣାପଡିନି . I
ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସିଏଚସି ର ମେଡିକାଲ ଅଫିସର, ବିଡିଓ ଏଥିପ୍ରତି ଦୃଷ୍ଟିଦେଇ ଏଭଳି ମହାମାରୀ ସମୟରେ ଅନ୍ତତଃ ପକ୍ଷେ ଗ୍ରାମାଞ୍ଚଳରଲୋକମାନଙ୍କୁ ସଚେତନ କରିବା ସହ ଉଚିତସେବା ଯୋଗାଇଦେବା ପାଇଁ ସଠିକ ପଦକ୍ଷେପ ଗ୍ରହଣ କଲେ . କରୋନା.କୁ ନିୟନ୍ତ୍ରଣ କରିହେବ ବୋଲି ମତପ୍ରକାଶ ପାଉଛି ।

related posts

Leave a Comment