Home Breaking News / ତାଜା ଖବର ଭୁବନେଶ୍ୱରରେ କୋଭିଡ ନିୟମ ମାନୁନାହାନ୍ତି ଅମାନିଆ

ଭୁବନେଶ୍ୱରରେ କୋଭିଡ ନିୟମ ମାନୁନାହାନ୍ତି ଅମାନିଆ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱରରେ କୋଭିଡ ନିୟମ ମାନୁନାହାନ୍ତି ଅମାନିଆ । ଅମାନିଆଙ୍କ ଠାରୁ ଲକ୍ଷ ଲକ୍ଷ ତଣ୍ଡ ଆଦାୟ କରୁଛି କମିଶନରେଟ ପୋଲିସ । ଶନିବାର ୬୦୨ ଅମାନିଆଙ୍କ ଠାରୁ ୬୨ ହଜାର ଟଙ୍କା ଆଦାୟ ହୋଇଛି । ଶୁକ୍ରବାର ୧୦୪୦ ଜଣ ଅମାନିଆଙ୍କ ଠାରୁ ୧ଲକ୍ଷ ୬ ହଜାର ଟଙ୍କା ଆଦାୟ ହୋଇଛି । ଗତ 13 ତାରିଖରେ ୮୩୧ ଜଣ ଅମାନିଆଙ୍କ ଠାରୁ ୮୫ ହଜାର ୪୦୦ ଟଙ୍କା ଫାଇନ ଆଦାୟ ହୋଇଛି । ୧୨ ତାରିଖରେ ୧୨୦୯ ଜଣ ଅମାନିଆ ଗଣିଲେ ୧ ଲକ୍ଷ ୨୭ ହଜାର ୩୦୦ ଟଙ୍କା । ଜୋରିମାନା ଆଦାୟ କରିଛି କମିଶନରେଟ ପୋଲିସ । ସହରରେ ବିନା କାରଣରେ ବୁଲୁଥିଲେ । କମିଶନରେଟ ପୋଲିସ ନିୟମ ଅନୁଯାୟୀ ବେସରକାରୀ ସଂସ୍ଥା ମାନେ ଡିସିପିଙ୍କ ଠାରୁ ଅନୁମତି ପତ୍ର ଆଣିନଥିଲେ । ଏହାସହ ବିଭନ୍ନ ସ୍ଥାନରେ ମଧ୍ୟାହ୍ନ ପରେ ଦୋକାନ ବଜାର ଖୋଲି ବିକ୍ରି କରୁଥିଲେ । ଏନେଇ ଆଜି ସବୁ ବଜାର ମାନଙ୍କରେ କମିଶନରେଟ ପୋଲିସ ଚଢ଼ାଉ କରି ଜୋରିମାନା ଆଦାୟ କରିଛି । ତେବେ ଅମାନିଆଙ୍କୁ ସାବାଡ଼ କରିବାକୁ କିଭଳି ମହିଳା କନଷ୍ଟେବଳ କରୁଛନ୍ତି ସାବାଡ଼ । ଗତ ମଙ୍ଗଳବାର ୯୬୨ ଜଣଙ୍କ ଠାରୁ ୯୯ ହଜାର ୩୦୦ , ସୋମବାର ୧୧୦୩ ଜଣଙ୍କ ଠାରୁ ୧ ଲକ୍ଷ ୧୫ ହଜାର , ରବିବାର ୭୦୯ ଅମାନିଆଙ୍କ ଠାରୁ ୭୯ ହଜାର ୭୫୦ । ସେହିପରି ଲକ ଡାଉନ ଆରମ୍ଭରୁ ଗତ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ୨୫୧୭ ଅମାନିଆଙ୍କ ଠାରୁ ୨ ଲକ୍ଷ ୫୭ ହଜାର ୯୫୦ ଟଙ୍କା ଆଦାୟ କରିଛି କମିଶନରେଟ ପୋଲିସ ।

related posts

Leave a Comment