ଫୁଲବାଣୀ(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ ରବିବାର ୮୪ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ୯ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୧୩ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ପ୍ରକୃତି ବିହାର, ଅମଲାପଡ଼ାରୁ ଦୁଇ ଜଣ ଲେଖାଏଁ କରେ । ନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ କେନ୍ଦୁପଦର, ମା ମଙ୍ଗଳା ସାହି,ରିଜର୍ଭ ଅଫିସ୍, ଫୁଲବାଣୀ ମେନରୋଡ, ଓ ମାଷ୍ଟ୍ରପଡ଼ା ରୁ,ଜଣେ ଲେଖାଏଁ କରେ ନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଦିନକୁ ଦିନ ଫୁଲବାଣୀ ସହରରେ ମାଇକ୍ରୋ କଣ୍ଚେନମେଣ୍ଟ ସଂଖ୍ୟା ବଢିବାରେ ଲାଗିଛି । ଆଜିକାଲି ସହରବାସୀ ମଧ୍ୟ ଘରୁପଦାକୁ ବାହାରିବା ପାଇଁ ଡରିଲେଣି।
ସେହିପରି ରବିବାର ବାଲିଗୁଡ଼ା ସହରରୁ ୮ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକର ୨ଜଣ, ,ଦ।ରିଙ୍ଗବାଡି ୮,ଜଉଦୟଗିରି ୬,କନୁଆଗାଁ ୬..ଖଜୁରିପଡା ୪, ଫିରିଙ୍ଗିଆ ୩. ତୁମୁଡିବନ୍ଧ ୮, କୋଟଗଡ ୩ଓ ଚକାପାଦ ରୁ ୬ଜଣ, ଟିକାବାଲି ୩ ଓ ରାଇକିଆ ବ୍ଳକ ରୁ ଜ6ଣ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
ସେହିପରି ସିଆରପିଏଫ ଜବାନଜଣେ ଚିହ୍ନଟ ହୋଇଥିବାବେଳେ କନ୍ଧମାଳର ୩ଜଣବାହାରେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ତେବେ ଫୁଲବାଣୀ ସହରରେ ବର୍ଦ୍ଧିତ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦେଖି ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଲେଣି ।
ଆଜିର ୮୪ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୮୭ ୬ ଜଣ ପଜିଟିଭ ରୋଗୀ ଚିକିତ୍ସିତ 6 ହେଉଛନ୍ତି । ସେହିପରି ବର୍ତ୍ତମାନ ସୁଧା ଜିଲ୍ଲାରେ ୭୭୬୨କରୋନାସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ ମୋ ଟ ୬୮୪୯ ଜଣ ସୁସ୍ଥ ହୋଇସାରିଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇ ୩୭ ଜଣ ଙ୍କ ମୃତ୍ୟୁ ଘଟିଛି ।
ଜିଲ୍ଲାପ୍ରଶାସନ ପକ୍ଷରୁ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ସତର୍କ ନଜର ରଖାଯାଉଥିବା କଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି।
.