Home Breaking News / ତାଜା ଖବର ଜଳସ୍ତର ସର୍ବନିମ୍ନ ସ୍ତରକୁ ଛୁଇଁଲା

ଜଳସ୍ତର ସର୍ବନିମ୍ନ ସ୍ତରକୁ ଛୁଇଁଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁନାବେଡା(ବିଶ୍ୱଜୀତ ପାଣିଗ୍ରାହୀ): ଚଳିତ ବର୍ଷ ଅନିଶ୍ଚିତତା ମଧ୍ୟରେ ଚାଷ ଆରମ୍ଭ ହୋଇଥିବା ବେଳେ ମେ’ ମାସର ଅଧା ଅଧି ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଜଳଭଣ୍ଡାର ର ଜଳସ୍ତର ହ୍ରାସ ଏବେ ଚାଷୀ କୁଳକୁ ହତାଶ କରିଚି। ଗତ ୨୦ ବର୍ଷ ମଧ୍ୟରେ କୋଲାବ ଜଳ ଭଣ୍ଡାର ସୁନାବେଡା ନିକଟସ୍ଥ ଟିମ୍ବର ଅଂଚଳରେ ଏଭଳି ଜଳ ସଙ୍କଟ କେବେ ଦେଖାଦେଇନଥିଲା ବୋଲି ଆଲୋଚନା ହେଉଛି। ଏପରି ସ୍ଥଳେ ଏହି ଅଂଚଳ ରେ ଗଢିଉଥିବା ବିଭିନ ଶିଳ୍ପ ସଂସ୍ଥା ଗୁଡିକ ର ଜଳ ଆବଶ୍ୟକତା ଯେପରି ଭାବ ରେ ବଢୁଛି ଏହାର ପ୍ରମୁଖ କାରଣ ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି । ଠିକ‌୍‍ ଏହି ସମୟରେ ଅନ୍ୟାନ୍ୟ ବର୍ଷ ମାନଙ୍କରେ ଟିମ୍ବର ଅଂଚଳ ରେ ଭରପୁର ପାଣି ରହି ଆସୁଥିଲା। ଏବେ ଏଭଳି ସ୍ଥିତିରେ ମୌସୁମୀ ମଧ୍ୟ ଏହି ଅଞ୍ଚଳରେ ସକ୍ରିୟ ନଥିବାରୁ କେନାଲମାନଙ୍କରେ ମଧ୍ୟ ଆବଶ୍ୟକୀୟ ପାଣି ଛଡ଼ା ଯାଉନଥିବା ରିପୋର୍ଟରୁ ପ୍ରକାଶ। ବର୍ଷାଦିନ ମାନନ୍କ ରେ ପାଣି ଘର ଭିତର କୁ ପଶି ଆସୁଥିବା ବେଳେ …ଖରା ଦିନ ମାନନ୍କ ରେ ଯଥେଷ୍ଟ ପାଣି ରହୁଥିଲା କିନ୍ତୁ ଏ ବର୍ଷ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦୀର୍ଘବର୍ଷ ପରେ କେରାଣ୍ଡି ନାଳ ଦେଖିବାକୁ ମିଳିଛି

related posts

Leave a Comment