Home Breaking News / ତାଜା ଖବର ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସ୍ପିଟାଲରେ ଅମ୍ଳଜାନ ପ୍ରସ୍ତୁତି ପ୍ଲାଣ୍ଟ କାର୍ଯ୍ୟକ୍ଷମ

ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସ୍ପିଟାଲରେ ଅମ୍ଳଜାନ ପ୍ରସ୍ତୁତି ପ୍ଲାଣ୍ଟ କାର୍ଯ୍ୟକ୍ଷମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ(ଦୀପକ ମାଝୀ): କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସ୍ପିଟାଲରେ ଅମ୍ଳଜାନ ପ୍ରସ୍ତୁତି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଯାଇଛି। ଏହି ପ୍ଲାଣ୍ଟରେ ଅମ୍ଳଜାନ ପ୍ରସ୍ତୁତ ହୋଇ ସ୍ୱତନ୍ତ୍ର ପାଇପ ଯୋଗେ ଏଠାରେ ଥିବା କୋଭିଡ଼ ହସ୍ପିଟାଲର ରୋଗୀଙ୍କ ବେଡ ନିକଟକୁ ଅମ୍ଳଜାନ ପହଂଚାଯାଇ ପାରିବ ବୋଲି ଜିଲ୍ଲାପାଳ ଅବଦାଲ ଅକ୍ତରସୂଚନା ପ୍ରଦାନ କରିଛନ୍ତି।

ଗୁରଗାଓଁର ଏକ କମ୍ପାନୀ ଦ୍ୱାରା ଏହି ପ୍ଲାଣ୍ଟ ସ୍ଥାପନା କରାଯାଇଥିବା ବେଳେ ଏହି ପ୍ଲାଣ୍ଟକୁ ନିରନ୍ତର ଭାବେ ୨୪ ଘଣ୍ଟା ଚାଲୁ ରଖିବା ପାଇଁ ଆବଶ୍ୟକ ହେଉଥିବା ସମସ୍ତ ବ୍ୟବସ୍ଥା କରାଯାଇଥିବା ଏହି କମ୍ପାନୀର ଅଧିକାରୀ ଦିଲୀପ ଓଝା ଜଣାଇଛନ୍ତି । ଏହି ପ୍ଲାଣ୍ଟ ସ୍ଥାପନା କରିବା ପାଇଁ ପ୍ରାୟ ଚାରି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି ।

related posts

Leave a Comment