Home Breaking News / ତାଜା ଖବର ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷକୁ ନେଇ ଚିନ୍ତାରେ ଜାତିସଂଘ, ରବିବାର ବସିବ ବୈଠକ

ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷକୁ ନେଇ ଚିନ୍ତାରେ ଜାତିସଂଘ, ରବିବାର ବସିବ ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବର୍ତମାନ ବିଶ୍ୱରେ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ମିଳିତ ଜାତିସଂଘର ମୁଣ୍ଡବିନ୍ଧାର କାରଣ ବନିଛି । ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ବୈଠକ ଡାକିଛନ୍ତି ମିଳିତ ଜାତିସଂଘ ମୁଖ୍ୟ ଆଂଟୋନିଓ ଗୁଟରସେ । ମିଳିତ ଜାତିସଂଘର ନିରାପଦା ପରିଷଦ ବୈଠକ ଡକାଯାଇଛି । ଏହି ବୈଠକ ରବିବାର ବସିବ । ଦେଶ ଦେଶ ମଧ୍ୟ ପାରଷ୍ପରିକ ବୁଝାମଣା ଅଭାବକୁ ନେଇ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଉତେଜନା ହ୍ରାସ, ଶତ୍ରୁର ଅବସାନ ଏବଂ ଦୀର୍ଘ ବର୍ଷରୁ ଚାଲି ଆସିଥିବା ଏହି ସଂଘର୍ଷର ଏକ ରାଜନୈତିକ ସମାଧାନ ବାହାର କରିବାକୁ ଉଦ୍ୟମ କରୁଛି ଜାତିସଂଘ ।

related posts

Leave a Comment