Home Breaking News / ତାଜା ଖବର ଆସନ୍ତା ସପ୍ତାହରୁ ଦେଶରେ ମିଳିବ କରୋନାର ନୂଆ ଔଷଧ ୨-ଡିଜି

ଆସନ୍ତା ସପ୍ତାହରୁ ଦେଶରେ ମିଳିବ କରୋନାର ନୂଆ ଔଷଧ ୨-ଡିଜି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନା କାଳରେ ଆଉ ଏକ ଖୁସି ଖବର । କରୋନା ରୋଗର ମୁକାବିଲା ନେଇ ଦେଶରେ ଟିକା ଅଭାବ ଦେଖା ଦେବା ଭିତରେ ଏହି ଖବର ଆପଣଙ୍କୁ ଆଶ୍ୱସ୍ତି ଦେବ । ଆସନ୍ତା ସପ୍ତାହରୁ କରୋନା ମୁକାବିଲା ପାଇଁ ଡିଆରଡିଓ ପ୍ରସ୍ତୁତ କୋଭିଡ ୧୯ ଔଷଧ ୨-ଡିଅକ୍ସି ଡିଗ୍ଲୁକ୍ଲୋଜ ବା ୨ ଡିଜିକୁ ବ୍ୟବହାର କରାଯିବ ବୋଲି ଡିଆରଡିଓ ସୂତ୍ରରୁ ଜଣାପଡିଛି । ପ୍ରାଥମିକ ସ୍ତରରେ ଏହି ୨ ଡିଜି ଔଷଧ ୧୦ ହଜାର ଡୋଜ୍ ପ୍ରସ୍ତୁତ ହୋଇଛି । ଆସନ୍ତା ସପ୍ତାହରୁ ଏହାର ପରୀକ୍ଷାମୂଳକ ବ୍ୟବହାର କରାଯିବ । ବର୍ତମାନ ଦେଶରେ କରୋନା ଟିକାର ବ୍ୟବହାର ଚାଲିଛି । କିନ୍ତୁ ସେପରି କୌଣସି ନିର୍ଦ୍ଦିଷ୍ଟ ଔଷଧର ବ୍ୟବହାର ହୋଇନି । ଏଣୁ କରୋନା ମୁକାବିଲାରେ ୨ ଡିଜି ଏକ ମାଇଲଖୁଣ୍ଟ ହେବ ବୋଲି କୁହାଯାଉଛିା ଏହାର ବ୍ୟବହାର ଫଳରେ କରୋନା ଆକ୍ରାନ୍ତଙ୍କୁ ଶୀଘ୍ର ସୁସ୍ଥ କରିବା ସହ ଅମ୍ଳଜାନ ନିର୍ଭରତା ହ୍ରାସ କରିଥାଏ ବୋଲି ଡିଆରଡିଓ ବୈଜ୍ଞାନିକ ମଣ୍ଡଳି କହିଛନ୍ତି ।

ଏହି କରୋନା ଔଷଧକୁ ଡିଆରଡିଓର ପରୀକ୍ଷାଗାର ଇନଷ୍ଟିଚୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଆଣ୍ଡ ଆଲଏଡ ସାଇନ୍ସ ବା ଆଇଏନଏମଏଏସ ହାଇଦ୍ରାବାଦର ଡକ୍ଟର ରେଡ୍ଡି ଲ୍ୟାବରେଟରି ସହିତ ମିଳିତ ଭାବେ ପ୍ରସ୍ତୁତ କରିଛି ।

related posts

Leave a Comment