Home Breaking News / ତାଜା ଖବର ଗୁଣୁପୁର ବ୍ରାହ୍ମଣ ସମାଜ ଦ୍ଵାରା କରୋନାରୁ ମୁକ୍ତି ପାଇଁ ଶାନ୍ତି ଯଜ୍ଞ

ଗୁଣୁପୁର ବ୍ରାହ୍ମଣ ସମାଜ ଦ୍ଵାରା କରୋନାରୁ ମୁକ୍ତି ପାଇଁ ଶାନ୍ତି ଯଜ୍ଞ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ୱର ରାଉତ): ରାୟଗଡ଼ ଜିଲ୍ଲା ଉପଖଣ୍ଡ ଗୁଣପୁରର କିଛି ସମାଜସେବୀ, ବ୍ରାହ୍ମଣ ସମାଜ ତଥା ଜ୍ଞାନୀଗୁଣୀ ବ୍ୟକ୍ତି ବୃନ୍ଦଙ୍କ ପରାମର୍ଶ କ୍ରମେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାରେ କରନା –୧୯ ଦ୍ଵିତୀୟ ଲହରୀର ପ୍ରକୋପ ରୁ ଗୁଣପୁର ଅଞ୍ଚଳ ବାସୀଙ୍କୁ ତ୍ରାହି ମିଳିବା ନିମନ୍ତେ ତଥା ସାରା ଭାରତ ବର୍ଷରେ ସମସ୍ତ ପ୍ରାଣୀଙ୍କ ମଙ୍ଗଳ ନିମନ୍ତେ ଅଦ୍ୟ ପବିତ୍ର ଅକ୍ଷୟ ତୃତୀୟା, ବୃଷ ସଂକ୍ରାନ୍ତି ଅବସରରେ ବେଦାନ୍ତ ଆଶ୍ରମ, ସଙ୍ଗମ ଘାଟ,ବିକ୍ରମପୁର ରେ ପରମ କାରୁଣୀକ ବିଶ୍ୱ କାର୍ତ୍ତାଙ୍କ ଶରଣରେ ଯାଇ ଆଶ୍ରମ ପରିବାର ପକ୍ଷରୁ ଏକ ପବିତ୍ର ଯଜ୍ଞାନୁଷ୍ଠାନ କରାଯାଇଥିଲା । ମୁଖ୍ୟ ପୂଜକ ଶ୍ରୀମାନ ନଳନୀ ମହାନ୍ତି ଙ୍କ ତତ୍ୱାବଧାନରେ ଅନ୍ୟ ଜ୍ୟେଷ୍ଠ, ଶ୍ରେଷ୍ଠ ପୂଜକ ବୃନ୍ଦ ଏହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ସମ୍ପାଦନା କରିଥିଲେ । ଏଥି ସହ ଶ୍ରୀ ଦ୍ୱାଦଶ ଜ୍ୟୋର୍ଟିଲିଙ୍ଗ ଙ୍କ ଠାରେ ରୂଦ୍ରା ଭିଷେକ କର୍ମ ମଧ୍ୟ ସମାପନ ହୋଇଛି ।ପ୍ରକାଶ ଥାଉକି ସରକାରଙ୍କ କରନା କଟକଣାକୁ ମାନି ଓ ସାମାଜିକ ଦୂରତାକୁ ବଜାୟ ରଖି ପର ଉପକାର ନିମନ୍ତେ କରାଯାଇଥିବା ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଜନ ସାଧାରଣ ଭୂୟଶୀ ପ୍ରଶଂସା କରିଥିବାର ଲକ୍ଷ୍ୟ କରାଯାଇଛି । ଏହି ସଙ୍ଗମ ଘାଟ ଆଶ୍ରମ ରେ ଏଭଳି ଅନେକ ଜନ ମଙ୍ଗଳ କାର୍ଯ୍ୟ ମାନ ଚାଲୁରହିଛି ସେଗୁଡିକ ହେଲା ଅନାଥ ପିଲାଙ୍କୁ ସଂସ୍କୃତ ଶିକ୍ଷା, ଅତିଥି ସେବା, ଦାତବ୍ୟ ଚିକିତ୍ସାଳୟ, ଆଶୟଙ୍କୁ ଭୋଜନ ଯୋଗାଇବା, ନିକଟତମ ଗ୍ରାମ ମାନଙ୍କରେ ବିବାହ , ବ୍ରତ, ଓ ଅନ୍ୟ ସଂସ୍କାର ଗୁଡ଼ିକ ରୀତି ମତ କରାଯାଉଛି ବୋଲି ଆଶ୍ରମ ପରିଚାଳକ ଶ୍ରୀ ବେଦାନ୍ତ ନଳିନୀ ଜୀ କହିଛନ୍ତି। ଏହି ଜାଗାରେ ଅଞ୍ଚଳର ଭକ୍ତଙ୍କ ଭିଡ଼ ଜମାଉ ଥିବାରୁ ବର୍ତ୍ତମାନ କଟକଣା କଡାକଡି କରାଯାଇଛି ଓ ଫୋନ୍ ମାଧ୍ୟମରେ ସବୁ ସଂସ୍କାର କର୍ମ ର ଅର୍ଡର୍ ନିଆଯାଉଛି, ପ୍ରକାଶ ଯୋଗ୍ୟ ଏହୀକିଜେ ଯଦି କେହି ନିଜର କର୍ମ ଓ ସଂସ୍କାର ହବନ୍ ଯଜ୍ଞ ଇତ୍ୟାଦି କରିବାକୁ ଥାଏ ତାହେଲେ ଏହି ସଙ୍ଗମ ଘାଟ କୁ ଆସିଥାନ୍ତି ବିନା ଖର୍ଚ୍ଚ କିମ୍ବା ଅଳ୍ପ ଖର୍ଚ୍ଚରେ ହୋଇପାରେ ତେଣୁ ଏହି ଅଞ୍ଚଳରେ ଜନ ମୁଖରିତ ହେଇଛି।

related posts

Leave a Comment