Home Breaking News / ତାଜା ଖବର ଭାଜପା ଦ୍ୱାରା ରନ୍ଧା ଖାଦ୍ୟ ବଣ୍ଟନ

ଭାଜପା ଦ୍ୱାରା ରନ୍ଧା ଖାଦ୍ୟ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜୀତ ପାଣିଗ୍ରାହୀ): କରୋନା ର ପ୍ରକୋପ ରେ ଜନଜୀବନ ଅସ୍ତବ୍ୟସ୍ତ ହେଇ ପଡିଛି। ତା ସହିତ lock down ଓ ସପ୍ତାହନ୍ତ shut down । ଏଭଳି ପରିସ୍ଥିତି ଅସହାୟ ଲୋକ ନିଜ ପାଇଁ ଖାଇବା ଯୋଗାଡ଼ କରିବା କାଠିକର ପାଠ ହେଇ ପଡିଛି। ବର୍ତମାନ ବିଭିନ୍ନ ଗାଡି ମୋଟର ବନ୍ଦ ଥିବା ଯୋଗୁଁ ଲୋକେ ଚାଲି ଚାଲି ଯିବାକୁ ବାଧ୍ୟ ହେଉଛନ୍ତି। କିଛି ଲୋକ ଦାଦନ ଖଟି ଘର ବାହୁଡା ମଧ୍ୟ ହେଉଛନ୍ତି। ଏପରି ସ୍ଥଳେ shut down ଯୋଗୁ ରାସ୍ତା ରେ ଖାଇବାକୁ ମଧ୍ୟ ମିଳୁ ନାହିଁ। ଯଦି ଓ କୌଣସି ଠାରେ ଢ଼ାବା ଖୋଲା ରହୁଛି, ତେବେ ସେଠାରେ ଖାଇବା ପାଇଁ ଆର୍ଥିକ ସ୍ଥିତି ସମସ୍ତ ଙ୍କ ସ୍ଵଚଳ ରହି ପାରୁନାହିଁ। ଏଭଳି ଘଡିସନ୍ଧି ମୁହୂର୍ତ୍ତ ରେ ଲୋକ ଙ୍କ ଖାଇବା ଯୋଗେଇଦେବା ପାଇଁ ଆଗକୁ ଆସିଛନ୍ତି ବୋରିଗୁମ୍ମା ଭାରତୀୟ ଜନତା ଯୁବ ମୋର୍ଚା ର କର୍ମ କର୍ତା । ଆଜି ଦିନ ପ୍ରାୟ 12.30 ଟା ସମୟ ରେ ଅଟୋ ଯୋଗେ ବୋରିଗୁମ୍ମା ର ବିଭିନ୍ନ ଜାଗା ବୁଲି ବୁଲି ରନ୍ଧା ଖାଦ୍ୟ ବାଣ୍ଟୁଥିବା ର ଦେଖିବାକୁ ମିଳିଥିଲା।ଯଥା-ହସ୍ପିଟାଲ ଅଂଚଳ , bus ଷ୍ଟାଣ୍ଡ , ବୋରିଗୁମ୍ମା ମୁଖ୍ୟ ରାସ୍ତା , ଇତ୍ୟାଦି। ଏହି କାର୍ଯ୍ୟ କ୍ରମ ରେ ବୋରିଗୁମ୍ମା ଭାରତୀୟ ଜନତା ଯୁବ ମୋର୍ଚା ର ଜିଲ୍ଲା ସଭାପତି ସୱାନ ମହାନ୍ତି ,ବୋରିଗୁମ୍ମା ମଣ୍ଡଳ ସଭାପତି ରାଜ ସିଂ,ଅଜିତ ପଟନାୟକ , ତୁଳସିରାମ ପାଣିଗ୍ରାହୀ, ବସନ୍ତ ମେହେର, ବୃନ୍ଦାବନ ଦାସ, ସତ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିପ ରହି ଖାଦ୍ୟ ବଣ୍ଟନ କରିଥିଲେ। ଏଭଳି କାର୍ଯ୍ୟକ୍ରମ , ପ୍ରତ୍ୟେକ ସପ୍ତାହନ୍ତ shut down ରେ ଚାଲୁ ରହିବା ସହ ପ୍ରାୟ 250 ଲୋକ ଙ୍କ ପାଇଁ ଖାଦ୍ୟ ବଣ୍ଟନ କରାଯିବ ବୋଲ ସୂଚନା ମିଳିଛି।

related posts

Leave a Comment