Home Breaking News / ତାଜା ଖବର ଦେଶଦ୍ରୋହ ମାମଲାରେ ସାଂସଦ ଗିରଫ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଉଠାଇଥିଲେ ସ୍ୱର

ଦେଶଦ୍ରୋହ ମାମଲାରେ ସାଂସଦ ଗିରଫ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଉଠାଇଥିଲେ ସ୍ୱର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ନାରାୟଣ ପାଢୀ): ଦେଶଦ୍ରୋହ ମାମଲାରେ ନର୍ସାପୁରମ ସାଂସଦ କନୁମୁରୀ ରଘୁରାମ କ୍ରିଷ୍ଣମ ରାଜୁଙ୍କୁ ଆନ୍ଧ୍ର ପ୍ରଦେଶ ସିଆଇଡି ଗିରଫ କରିଛି। ସେ ଗତ ସପ୍ତାହରେ ୱାଇଏସ୍‌ଆର କଂଗ୍ରେସର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଜାମିନ ଖାରଜ କରିବା ପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଥିଲେ।
ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଜଗନ ମୋହନ ରେଡ୍ଡି ଫସିଛନ୍ତି। ସିବିଆଇ କୋର୍ଟରେ ତାଙ୍କ ବିରୋଧରେ ମାମଲା ଜାରୀ ରହିଥିବା ବେଳେ ସେ ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ। କୋର୍ଟ ଏହାକୁ ମଞ୍ଜୁରୀ ମଧ୍ୟ ଦେଇଛନ୍ତି। ଏହାକୁ ଖୋଦ୍‌ ତାଙ୍କ ଦଳର ସାଂସଦ ରାଜୁ ବିରୋଧ କରିଥିଲେ। ତେଣୁ ଏହି ଗିରଫଦାରୀ ପଛରେ ପୂର୍ବାଗ୍ରହ ଥିବା ଚର୍ଚ୍ଚା ହେଉଛି।
ସାଂସଦ ରାଜୁ ରାଜ୍ୟ ସରକାରଙ୍କ ପ୍ରତିଷ୍ଠାକୁ ଜାଣିଶୁଣି ମଳିନ କରିବାକୁ ଚେଷ୍ଟା କରୁଥିବା କୁହାଯାଇଛି। ଏହି କାରଣରୁ ୫୯ ବର୍ଷୀୟ ସାଂସଦ ରାଜୁଙ୍କୁ ସିଆଇଡି ତାଙ୍କର ହାଇଦ୍ରାବାଦ ସ୍ଥିତ ବାସଭବନରୁ ଶୁକ୍ରବାର ରାତିରେ ଗିରଫ କରିଛି। ତାଙ୍କ ନାଁରେ ଧାରା ୧୨୪ଏ(ଦେଶଦ୍ରୋହ), ୧୫୩ଏ(ଦୁଇ ସଂପ୍ରଦାୟ ମଧ୍ୟରେ ବିଭେଦତା) ଓ ୫୦୫ ଦଫାରେ ମାମଲା ହୋଇଛି। ପ୍ରକାଶ ଥାଉ କି ସାଂସଦ ରାଜୁ ୨୦୧୯ ମସିହାରେ ୱାଇ.ଏସ.ଆର ଟିକେଟରେ ପଶ୍ଚିମ ଗୋଦାବରୀ ଜିଲ୍ଲା ର ନରସାପୁର ଆସନରୁ ସାଂସଦ ରୂପେ ନିର୍ବାଚିତ ହୋଇଥିଲେ ଏବଂ ସେ ବିଜୟୀ ହେବା ଠାରୁ ସେ ଦଳ ବିରୋଧି ମନ୍ତବ୍ୟ ଦେଇ ଚ଼ର୍ଚା ରେ ଥିଲେ ଏବଂ ଗତ ବର୍ଷ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କୁ କିଛି ସମର୍ଥକ ଜୀବନରେ ମାରିଦେବାର ଧମକ ଦିଆଯାଉଥିବା ପ୍ରକାଶ କରିଥିଲେ ।

related posts

Leave a Comment