Home Breaking News / ତାଜା ଖବର ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିବଳୟ ରୂପ ନେଲାଣି ତଉକଟେ, ଘଂଟା ପ୍ରତି ୧୭୫ କିମି ବେଗରେ ପବନ

ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିବଳୟ ରୂପ ନେଲାଣି ତଉକଟେ, ଘଂଟା ପ୍ରତି ୧୭୫ କିମି ବେଗରେ ପବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆରବ ସାଗରରେ ୧୭୫ କିମି ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଟାଉକଟେ ଧୀରେ ଧୀରେ ଭୟଙ୍କର ରୂପ ଧାରଣ କଲାଣି । ମେ ୧୭ ତାରିଖରେ ଏହି “ଭୟଙ୍କର ଘୂର୍ଣ୍ଣିବଳୟ” ସ୍ଥଳ ଭାଗକ ଛୁଇଁପାରେ । ଗୋଟିଏ ଦିନ ପରେ ଏହା ଗୁଜୁରାଟ ଉପକୂଳ ଅତିକ୍ରମ କରିବ ବୋଲି ଭାରତ ପାଣିପାଗ ବିଭାଗ ଶୁକ୍ରବାର ଦିନ କହିଛି। ଗଭୀର ଅବପାତ ଏବେ ତୀବ୍ର ହୋଇଛି। ଶନିବାର ସକାଳ ସୁଦ୍ଧା ‘ଟାଉକଟେ’ରେ ଏହା ଆହୁରି ତୀବ୍ର ହେବାର ସମ୍ଭାବନା ଅଛି ଜ୍ଝ ଶନିବାର ରାତି ସୁଦ୍ଧା ଏକ ଘୂର୍ଣ୍ଣିବଳୟ ଝଡରେ ପରିଣତ ହୋଇ ଆହୁରୀ ତୀବ୍ର ହେବାର ସଂଭାବନା ରହିଛି ।

ମେ ୧୬ରୁ ୧୯ ତାରିଖ ଯାଏଁ ଟାଉକଟେ ଏକ ଗଭୀର ସାମୁଦ୍ରିକ ବାତ୍ୟାର ରୂପ ନେବାର ସଂଭାବନା ରହିଛି । ସେତେବେଳେ ପବନର ବେଗ ରହିବ ୧୫୦ରୁ ୧୬୦ କିମି । ଏହି ସମୟରେ ପବନର ବେଗ ଘଂଟା ପ୍ରତି ୧୭୫ କିମି କୁ ଛୁଇଁପାରେ ବୋଲି ସୂଚନା ଜାରି କରିଛି ଆଇଏମଡି । ମେ ୧୮ ତାରିଖ ସକାଳ ସୁଦ୍ଧା ଏହା ଗୁଜରାଟ ଉପକୂଳରେ ପହଁଚି ଯାଇଥିବ ବୋଲି ପୂର୍ବାନୁମାନ କରାଯାଇଛି । ଏହି କାରଣରୁ ଦେଶର ପଶ୍ଚିମ ଉପକୂଳରେ ଥିବା ସମସ୍ତ ରାଜ୍ୟ ଗୁଡିକୁ ସତର୍କ କରାଇ ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ପଶ୍ଚିମ ଉପକୂଳ ସମସ୍ତ ରାଜ୍ୟକୁ ସତର୍କତା

  • ଲାକ୍ଷାଦ୍ୱୀପରେ ୧୫ ମେ ରୁ ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା
  • ଲାକ୍ଷାଦ୍ୱୀପରେ ୧୬ରୁ ୧୭ ତାରିଖ ଅତି ପ୍ରବଳରୁ ପ୍ରବଳ ବର୍ଷା
  • ତାମିଲନାଡୁ ଉପକୂଳ ଜିଲ୍ଲା ଗୁଡିକୁ ହାଲୁକାରୁ ମଧ୍ୟମ ବର୍ଷା
  • ତାମିଲନାଡୁରେ ୧୪ରୁ ୧୫ ମେ ପ୍ରବଳ ବର୍ଷା ସମ୍ଭାବନା
  • କର୍ଣ୍ଣାଟକ ଉପକୂଳ ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ବର୍ଷା
  • ମେ ୧୫-୧୬ରେ କୋଙ୍କଣ ଓ ଗୋଆରେ ପ୍ରବଳ ବର୍ଷା
  • ଗୁଜରାଟ ଉପକୂଳରେ ମେ ୧୬ ତାରିଖରୁ ବର୍ଷା ସମ୍ଭାବନା

– ମେ ୧୭ ତାରିଖରେ ଗୁଜରାଟରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା

ଏହି ବାତ୍ୟାର ନାମ ଏଥର ମିଆଁମାର ଦେଇଛି । ଆରବ ସାଗରରେ ଆସୁଥିବା ଏହି ବାତ୍ୟାର ନାମ ଟାଉକଟେ ରଖାଯାଇଛି । ଏହା ଭାରତୀୟ ଉପକୂଳରେ ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ବାତ୍ୟା ।

related posts

Leave a Comment