Home Breaking News / ତାଜା ଖବର କଟକର ଗଳି କନ୍ଦିରେ ପହଞ୍ଚିବ ବୁଲେଟ ଅକ୍ସିଜେନ

କଟକର ଗଳି କନ୍ଦିରେ ପହଞ୍ଚିବ ବୁଲେଟ ଅକ୍ସିଜେନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ(ଗୁରୁଦତ୍ତ ମହାନ୍ତି): ଘରେ କ୍ୟୁରେଣ୍ଟାଇନରେ ରହି ଚିକିତ୍ସିତ ହେଉଥିବା କୋଭିଡ ରୋଗୀଙ୍କୁ ଅକ୍ସୀଜେନ ଯୋଗାଇବାକୁ ଅଣ୍ଟା ଭିଡ଼ିଛି ଓଡିଶା ରକ୍ତଦାତା ମହାସଙ୍ଘ। ଏଥି ପାଇଁ ସଙ୍ଘ ପକ୍ଷରୁ କଟକରେ ଆରମ୍ଭ ହୋଇଛି ୨୪ ଘଣ୍ଟିଆ ଅକ୍ସୀଜେନ ବାଇକ ଆମ୍ବୁଲାନ୍ସ। ଘରେ ରହି ଚିକିତ୍ସିତ ହେଉଥିବା କୋଭିଡ ରୋଗୀ କେବଳ କଲ ଟିଏ କଲେ ଘରେ ପହଞ୍ଚିବ ଅକ୍ସୀଜେନ ସିଲିଣ୍ଡର। ଦୈତ୍ୟନଗରୀରେ ଆରମ୍ଭ ହୋଇଥିବା ଏହି ସେବା କିପରି ଆପଣ ସୁବିଧା ପାଇପାରିବେ ଚାଲନ୍ତୁ ଜାଣିବା ଆମର ଏହି ରିପୋର୍ଟ ରେ l ସଙ୍ଗୀନ ହେବାରେ ଲାଗିଛି କୋଭିଡର ସ୍ଥିତି। ଦୈନନ୍ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନେକ ଆକ୍ରାନ୍ତ ନିଜ ଘରେ ଏକାନ୍ତରେ ରହି ଚିକିତ୍ସିତ ହେଉଛନ୍ତି।ଦ୍ଵିତୀୟ ଲହରୀ ଅନେକ ଆକ୍ରନ୍ତଙ୍କ ଅକ୍ସୀଜେନ ଲେବଲ କମ କରାଉଥିବା ସହ ଅଧିକ ଘାତକ ସାଜୁଛି। ଘରେ ରହି ଚିକିତ୍ସିତ ହେଉଥିବା ଆକ୍ରନ୍ତ ଅଧିକ ଗୁରୁତ୍ତର ହେଲେ ମୁଖ୍ୟ ବାଧକ ସାଜୁଛି ଅକ୍ସୀଜେନ। ତେବେ ଘରେ ରହି କୋଭିଡ ଚିକିତ୍ସିତଙ୍କ ପାଖରେ ଜରୁରୀକାଳୀନ ଅକ୍ସୀଜେନ ସିଲିଣ୍ଡର ପହଂଚାଇବାକୁ ଅଣ୍ଟା ଭିଡ଼ିଛି ଓଡିଶା ରକ୍ତଦାତା ମହାସଙ୍ଘ। ବାହାର ରାଜ୍ୟରେ ଯେପରି ଅକ୍ସୀଜେନ ଅଭାବରୁ କୋଭିଡ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ଦୈତ୍ୟନଗରୀ କଟକ ଭୁବନେଶ୍ୱରର ଗଳିକନ୍ଦିରେ ଅକ୍ସୀଜେନ ଅଭାବ ଦୂର କରିବାକୁ ସଙ୍ଘ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଭୁବନେଶ୍ୱରରେ କିଛି ଦିନ ପୂର୍ବରୁ ସଙ୍ଘ ପକ୍ଷରୁ ବାଇକ ଅକ୍ସୀଜେନ ସେବା ଆରମ୍ଭ ହୋଇସାରିଥିବା ବେଳେ ଆଜି ଏହା କଟକରେ ଆରମ୍ଭ ହୋଇଛି। କଟକର ଗଳିକନ୍ଦିରେ ଅକ୍ସୀଜେନ ସିଲିଣ୍ଡର ପହଂଚାଇବାକୁ ୪ଟି ବାଇକ ୨୪ ଘଣ୍ଟା ସଜାଗ ରହିଛି। ଏଥି ନିମନ୍ତେ 9439725397 ଓ 7008674065 ଦୁଇଟି ନମ୍ବର ରହିଛି। ଆବଶ୍ୟକୀୟ ଆକ୍ରାନ୍ତ ଏହି ଦୁଇଟି ନମ୍ବରରେ ଫୋନ କରିବା ସହିତ ସେମାନେ ନିଜର ପଜିଟିଭ ରିପୋର୍ଟ ହ୍ଵାଟ୍ସପ ମାଧ୍ୟମରେ ପହଂଚାଇଲେ ୩୦ ମିନିଟରେ ରୋଗୀଙ୍କ ନିକଟରେ ଅକ୍ସିଜେନ ପହଞ୍ଚିଯିବ ବୋଲି କହିଛନ୍ତି ସଙ୍ଘ କର୍ମକର୍ତ୍ତା।

related posts

Leave a Comment