Home Breaking News / ତାଜା ଖବର ଦ୍ୱିତୀୟ ବର୍ଷ ବି ବିନା ଭକ୍ତ ଓ ବନ୍ଦ କଠୋରୀ ଭିତରେ ଆୟୋଜିତ ହେଲା ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା

ଦ୍ୱିତୀୟ ବର୍ଷ ବି ବିନା ଭକ୍ତ ଓ ବନ୍ଦ କଠୋରୀ ଭିତରେ ଆୟୋଜିତ ହେଲା ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ନାରାୟଣ ପାଢୀ): ଆଜି ହେଉଛି ପବିତ୍ର ଅକ୍ଷୟତୃତୀୟା, ଏହା ଚନ୍ଦନଯାତ୍ରା ନାମରେ ବି ପ୍ରସିଦ୍ଧ. ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସହରର ସିମାଞ୍ଚଳ ଠାରେ ରହିଥିବା ଶ୍ରୀ ବରାହ ନୃସିଂହନାଥଙ୍କ ମନ୍ଦିରରେ ଅକ୍ଷୟତୃତୀୟା ଦିନ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରାର ଆୟୋଜିତ ହୋଇଥାଏ. ଏଠାରେ ପୂଜା ପାଉଥିବା ଶ୍ରୀ ବରାହ ନୃସିଂହନାଥଙ୍କ ପ୍ରକୃତ ଓ ମୁଖ୍ୟ ପ୍ରତିମୁର୍ତି ବର୍ଷସାରା ଚନ୍ଦନର ଲେପ ଦ୍ୱାରା ଆଛାଦିତ ହୋଇରହିଥାନ୍ତି, କେବଳ ଅକ୍ଷୟତୃତୀୟା ଦିନ ପୁରୁଣା ଚନ୍ଦନ ବାହାର କରାଯାଇ ନୂତନ ଚନ୍ଦନର ପ୍ରଲେପ ଦିଆଯାଇଥାଏ ମାତ୍ର ୫ ରୁ ୧୦ ମିନିଟ ପାଇଁ ହିଁ ଠାକୁରଙ୍କ ପ୍ରକୃତ ରୂପ ଦର୍ଶନ ଭକ୍ତଙ୍କୁ ପ୍ରାପ୍ତ ହୋଇଥାଏ. ଅକ୍ଷୟତୃତୀୟା ଦିନ ଏହି ବିଶ୍ୱପ୍ରସିଦ୍ଧ ଚନ୍ଦନ ଯାତ୍ରାରେ ଠାକୁର ଦର୍ଶନ ପାଇଁ ସାରା ଭାରତର ବିଭିନ୍ନ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ସିମାଞ୍ଚଳ ପହଂଚିଥାନ୍ତି ଏବଂ ଓଡିଶାରୁ ଶତପ୍ରତିଶତ ଭକ୍ତ ଚନ୍ଦନଯାତ୍ରା ଆସିଥାନ୍ତି. କିନ୍ତୁ ଗତ ୨ ବର୍ଷଧରି କରୋନା କଟକଣା ଯୋଗୁଁ ଚନ୍ଦନ ଯାତ୍ରାରେ ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ ରୂପେ ବନ୍ଦ ରହିଛି, ଗତବର୍ଷ କେବଳ ବିଶାଖାପାଟଣାର ଓ ମନ୍ଦିର କର୍ମଚାରୀଙ୍କ ପରିବାରକୁ ନେଇ ଚନ୍ଦନ ଯାତ୍ରା ଆୟୋଜିତ ହୋଇଥିଲା କିନ୍ତୁ ଚଳିତ ବର୍ଷ ସାରା ଆନ୍ଧ୍ରପ୍ରଦେଶ ସହ ବିଶାଖାପାଟଣାରେ କରୋନା ବିକଟାଳ ରୂପ ନେଇଥିବା ଯୋଗୁଁ ଠାକୁରଙ୍କ ଚନ୍ଦନ ଯାତ୍ରା ସମ୍ପୂର୍ଣ ରୂପେ ବିନା ଭକ୍ତ ଓ ବନ୍ଧ କଠୋରୀ ଭିତରେ ଆୟୋଜିତ ହୋଇଯାଇଛି. ଚଳିତ ବର୍ଷ ମନ୍ଦିରରେ କାର୍ଯ୍ୟରତ ପୂଜାରୀଙ୍କୁ ଛାଡିଦେଲେ ଅନ୍ୟ କୌଣସି କର୍ମଚାରଙ୍କୁ ମନ୍ଦିର ଭିତରକୁ ବାରଣ କରାଯିବ ସହ ମନ୍ଦିରର ମୁଖ୍ୟ ଫାଟକକୁ ବନ୍ଦ କରାଯାଇ ଠାକୁରଙ୍କ ଚନ୍ଦନ ଯାତ୍ରା ଆୟୋଜିତ ହୋଇଯାଇଛି. ଭାରତରେ ବିଭିନ୍ନ ଜାଗାରେ ରହିଥିବା ୩୨ଟି ନୃସିଂହନାଥ ମନ୍ଦିର ରହିଥିବା ବେଳେ ସେଥିମଧ୍ୟରୁ ବିଶାଖାପାଟଣାର ସିମାଚଳମ ସ୍ଥିତ ମନ୍ଦିର ଅନ୍ୟତମ ଓ ବହୁ ପ୍ରସିଦ୍ଧ. ଚନ୍ଦନ ଯାତ୍ରା ଦିନ ସକାଳ ୨ ଘଣ୍ଟା ସମୟରେ ୨୧ଜଣ ସ୍ୱତନ୍ତ୍ର ବୈଷ୍ଠବ ବ୍ରାହ୍ମଣ ଓ ମନ୍ଦିରର ଅନ୍ୟ ପୂଜାରଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜା ଆରମ୍ଭ ହୋଇଥାଏ ଏବଂ ଠାକୁରଙ୍କ ସମ୍ପୂର୍ଣ ଚନ୍ଦନ ଓହ୍ଳାଯାଇଥାଏ ଏବଂ ପୁଣି ୩୩୮୦୦ କିଲୋଗ୍ରାମ ଓଜନର ଚନ୍ଦନର ପେଷ୍ଟ ଦ୍ୱାରା ଠାକୁରଙ୍କୁ ଆଚ୍ଛାଦିତ କରାଯାଇଥାଏ. ଏହି ସମ୍ପୂର୍ଣ ଚନ୍ଦନ ଚଢ଼ାଇବା ପାଇଁ ମୋଟା ୧୨ ଘଣ୍ଟା ସମୟ ଲାଗିଥାଏ ଓ ଏହି ସମୟରେ ଏବଂ ଗୋଟିଏ ଦିନ ହିଁ ପ୍ରକୃତ ଠାକୁରଙ୍କ ଦର୍ଶନ ଭକ୍ତଙ୍କୁ ଉପଲବ୍ଧ ହୋଇଥାଏ କିନ୍ତୁ ଗତ ୨ ବର୍ଷ ଧରି କରୋନା କଟକଣା ଯୋଗୁଁ ମନ୍ଦିର ସମ୍ପୂର୍ଣ ରୂପେ ଭକ୍ତ ଶୂନ୍ୟ ହୋଇପଡିଛି ଏବଂ କବାଟ ବନ୍ଦ କରାଯାଇ ଚନ୍ଦନ ଯାତ୍ରାର ଆୟୋଜନ କରାଯାଇଛି. ୨୦୨୦ ମସିହା କରୋନା କଟକଣା ଆରମ୍ଭ ଠାରୁ ସିମାଞ୍ଚଳ ଠାରେ ଦର୍ଶନ ସମ୍ପୂର୍ଣ ବନ୍ଦ ରହିଥିବାରୁ ମନ୍ଦିରରେ ଆଦାୟ ପୂର୍ବାପେକ୍ଷା ସମ୍ପୂର୍ଣ କମିଯାଇଛି ଏବଂ ମନ୍ଦିର ପରିଚାଳନାରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥିବା ମନ୍ଦିର କତୃପକ୍ଷ ଶ୍ରୀମତୀ ପୁସପାଟି ସଂଚିତା ଗଜପତି ରାଜୁ ପ୍ରକାଶ କରିଛନ୍ତି.

related posts

Leave a Comment