Home Breaking News / ତାଜା ଖବର କଙ୍କଡାହାଡ଼ ବ୍ଲକ ମୁଖ୍ୟ ବଜାର ସାନିଟାଇଜର କରିଛନ୍ତି ଅଗ୍ନିଶମ ବିଭାଗ

କଙ୍କଡାହାଡ଼ ବ୍ଲକ ମୁଖ୍ୟ ବଜାର ସାନିଟାଇଜର କରିଛନ୍ତି ଅଗ୍ନିଶମ ବିଭାଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକ ସଦର ମହକୁମା ର ମୁଖ୍ୟ ବଜାର ଗାନ୍ଧୀ ଛକ,ଇକ୍ୟୁ ବ୍ୟାଙ୍କ କୁ ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜର କରାଯାଇଥିଲା ।ବ୍ଲକ ର ମୁଖ୍ୟାଳୟ ହେଇଥିବାରୁ ଅଧିକ ଲୋକ ଆସୁଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବଜାର କୁ ସାନିଟାଇଜର କରାଯାଇଥିଲା ବେଳେ ଇକୁ ବ୍ୟାଙ୍କ ର ୨ ଜଣ କର୍ମଚାରୀ କରୋନା ପଜେଟିଭ ଚିହ୍ନଟ ହେଇଥିବାରୁ ବ୍ୟାଙ୍କ,ଏଟିଏମ କୁ ସାନିଟାଇଜର କରାଯାଇଥିଲା ।ବାମ ପଞ୍ଚାୟତ କୀର୍ତନପୁର ଗାଁ ରେ କରୋନା ପଜେଟିଭ ଚିହ୍ନଟ ହେଇଥିବାରୁ ଗାଁ କୁ ସାନିଟାଇଜର କରାଯାଇଥିଲା ।ବ୍ଲକ ପ୍ରଶାସନ ତରଫରୁ ପ୍ରତି ଗାଁ କୁ ସଚେତନ କରାଯିବା ସହିତ ଆଗକୁ ଅନ୍ୟ ଗାଁରେ ସାନିଟାଇଜର କରାଯିବ ପ୍ରଶାସନ ତରଫରୁ ସୂଚନା ମିଳି ପାରିଅଛି ।

related posts

Leave a Comment