Home Breaking News / ତାଜା ଖବର ସିମେଣ୍ଟ ପିଲରରେ ପିଟିହେଲା ବାଇକ: 2 ବାଇକ ଆରୋହୀ ଗୁରୁତର

ସିମେଣ୍ଟ ପିଲରରେ ପିଟିହେଲା ବାଇକ: 2 ବାଇକ ଆରୋହୀ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଵିନିକା(ମାନସ ମଲ୍ଲିକ): ସପ୍ତାହାନ୍ତ ସଟଡାଉନରେ ବିନିକା ପୋଲିସ କଲେଜ ଛକରେ ଅମାନିଆ ମାନଙ୍କୁ ତଦାରଖ କରିଥିଲା Iଏ ସମୟରେ ଉଲୁଣ୍ଡା ଥାନା ମାଟୁପାଲି କୁଡାପଡା ଗ୍ରାମର ଦ୍ରୋଣ ବାଘ (୩୫),ଗର୍ଜନ ବାଘ (୪୫) ଏବଂ ଦୀନବନ୍ଧୁ କେଛୋ (୩୦) ଏକ ହିରୋ ସିଡ଼ି ଡିଲକ୍ସ OD31-E-6131 ବାଇକରେ ଉଲୁଣ୍ଡା ପଟରୁ ତିନିଜଣ ମହାନଦୀ ପୋଲ ଦେଇ ଦ୍ରୁତ ଗତିରେ ବିନିକା ପଟକୁ ଆସୁଥିଲେ ।ସେହି ସମୟରେ ବିନିକା ପୋଲିସ ପକ୍ଷରୁ ମହାନଦୀ ଛକରେ ବାଇକ ଅଟକାଇ ଥିଲେ ମଧ୍ୟ ବାଇକ ବେଗ ବଢ଼ାଇ ରାମପୁର ପଟକୁ ଫେରାଇ ମାରୁ ଥିବା ଦେଖିଏମାନଙ୍କୁ ପୋଲିସ ପିଛା କରିଥିଲା Iହେଲେ ବିନିକା ଥାନା ଡ଼ଭଲା ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ Iକିନ୍ତୁ ଦୁର୍ଘଟଣା ଗସ୍ତ ବାଇକରୁ ମହୁଲି ଦେଶୀ ମଦ ବାହାରିଥିଲା I ବାଇକଟି ପିଲରରେ ପିଟିହୋଇ ଚୁରମାର ହୋଇଯାଇଥିବା ବେଳେ ମଦ ପ୍ୟାକେଟ ଟି ଫାଟି ଯାଇଥିଲା I ଖବର ପାଇଁ ଘଟଣା ସ୍ଥଳକୁ ବିନିକା ଅଗ୍ନିଶମ ବାହିନୀ ପହଞ୍ଚି ତିନିଜଣ ଗୁରୁତର ବାଇକ ଆରୋହୀଙ୍କୁ ଉଦ୍ଧାର କରି ବିନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ Iଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା Iତେବେ ବାଇକରେ କେତେ ଦେଶୀ ମହୁଲି ମଦ ଯାଉଥିଲା ତାହା ବର୍ତମାନ ପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି Iପୋଲିସର ଘଟଣା ସ୍ଥଳରୁ ବାଇକ ଜବତ କରି ତଦନ୍ତ ଜାରି ରଖି ଥିବା ଥାନା ଏସଆଇ ସୂର୍ଯ୍ୟ କାନ୍ତ ସେଠି ପ୍ରକାଶ କରିଛନ୍ତି I

related posts

Leave a Comment