Home Breaking News / ତାଜା ଖବର ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ୱେବିନାର କାର୍ଯ୍ୟକ୍ରମ

ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ୱେବିନାର କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ମହାନ ଗାନ୍ଧିବାଦୀ, ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ମହାନ ଜନ ନାୟକ ପଦ୍ମଶ୍ରୀ ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷିକୀ ଅବସରରେ ଏକ ରାଜ୍ୟ ସ୍ତରୀୟ ୱେବିନାର ଆୟୋଜନ ହୋଇଯାଇଛି । ଉକ୍ତ ୱେବିନାରରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ମୃତି ୧୫୦ରୁ ଉର୍ଦ୍ଧ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମର ଆରମ୍ଭରେ ଶ୍ରୀଯୁକ୍ତ ବେଣୁଧର ସେନାପତି ପ୍ରାରମ୍ଭିକ ବକ୍ତବ୍ୟ ରଖି ଭବାନୀ ପଟ୍ଟନାୟକଙ୍କ ଜୀବନାଦର୍ଶ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ରଖିଥିଲେ । ଏହାପରେ ବିଶିଷ୍ଟ ଗାନ୍ଧିବାଦୀ ଡ଼. ଏସ.ଏନ. ସୁବାରାଓ ଭବାନୀ ପଟ୍ଟନାୟକଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଓ ତାଙ୍କର ସେବାପ୍ରାଣ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାପରେ ଶୋଭନୀୟ ଆନ୍ଦୋଳନ ନିର୍ଦ୍ଦେଶିକା ଡ଼. ଅରୁନ୍ଧତୀ ଦେବୀ ଭବାନୀ ପଟ୍ଟନାୟକଙ୍କ ଶାନ୍ତି ଓ ସଦ୍ଭାବନା ଚିନ୍ତାଧାରା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ପ୍ରହଲ୍ଲାଦ ସିଂହ ତାଙ୍କ ବକ୍ତବ୍ୟରେ ଭବାନୀ ପଟ୍ଟନାୟକ ଗାନ୍ଧୀ ବିଚାରଧାରା ସହିତ ଜୀବନର ଶେଷ ପର୍ଯ୍ୟନ୍ତ ବଞ୍ଚିଥିବାର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଭବାନୀ ପଟ୍ଟନାୟକଙ୍କୁ ସ୍ୱାଧୀନତା ଆନ୍ଦୋଳନ ଠାରୁ ଜୀବନର ଶେଷ ପର୍ଯ୍ୟନ୍ତ କିଭଳି ଏକ ସଂଗ୍ରାମୀ ଜୀବନ ବଞ୍ଚିଥିଲେ ତାହା ବର୍ଣ୍ଣନା କରିଥିଲେ । ତିନି ତିନିଥର ରାଜ୍ୟସଭା ସଦସ୍ୟ ରହିଥିଲେ ମଧ୍ୟ ରାଜନୀତିର ପଙ୍କ ତାଙ୍କୁ ଛୁଈଁ ପାରି ନଥିଲା । ଡ଼. ଭଗବାନ ପ୍ରକାଶ ତାଙ୍କ ବକ୍ତବ୍ୟରେ କହିଥିଲେ, ସେ ଜଣେ ବିଶିଷ୍ଟ ଜନନେତା ଥିଲେ ଯାହାଙ୍କ ପାଖରେ ଅହଂକାର କେବେ ଦେଖା ଯାଇନାହିଁ । ଲୋକଙ୍କ ପାଈଁ ସଦା ସର୍ବଦା ସେ କର୍ମତତ୍ପର ରହିଥିଲେ । ଜାତୀୟ ଯୁବ ପ୍ରକଳ୍ପ ଓଡିଶା ଶାଖା ଆବାହକ ଶ୍ରୀଯୁକ୍ତ ମଧୁସୂଦନ ଦାସ ତାଙ୍କର ବ୍ୟକ୍ତିଗତ ଅନୁଭୂତିକୁ ନେଇ ସ୍ବର୍ଗତ ପଟ୍ଟନାୟକଙ୍କ ମହାନତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ପରେପରେ ଓଡିଶା ଖାଦିବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଗ୍ରାମ ପାଇକରାୟ ଖଦି ଓ ଗ୍ରାମୋଦ୍ୟୋଗ ଉନ୍ନତି ନିମନ୍ତେ ଭବାନୀ ପଟ୍ଟନାୟକ କିପରି ସର୍ବଦା ଚେଷ୍ଟିତ ଥିଲେ ତାହା ବର୍ଣ୍ଣନା କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ, ସ୍ବର୍ଗତ ଭବାନୀ ପଟ୍ଟନାୟକଙ୍କୁ ନିମାପଡା ମାଟିର ଗାନ୍ଧୀ ଭାବେ ବର୍ଣ୍ଣନା କରିବା ସହ ତାଙ୍କର ସେ ରାଜନୈତିକ ଗୁରୁ ବୋଲି ଅଭିହିତ କରିଥିଲେ । ପରେପରେ ଶ୍ରୀଯୁକ୍ତ ମନୋଜ ଜେନା ତାଙ୍କ ବକ୍ତବ୍ୟ ରଖି ଭବାନୀ ପଟ୍ଟନାୟକଙ୍କ ବିଭିନ୍ନ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପରେପରେ ଯୁବ ସମାଜସେବୀ ବିକ୍ରମ ନାୟକ ତାଙ୍କ ବକ୍ତବ୍ୟରେ ବର୍ତ୍ତମାନ ସମାଜରେ ଗାନ୍ଧିବାଦ ଚିନ୍ତାଧାରାରେ ଯୁବ ସମାଜକୁ ଉଦବୁଦ୍ଧ କରିବା ଆଜି ଏକ ବଡ ଆହ୍ୱାନ ବୋଲି କହିଥିଲେ । ଶେଷରେ ନିରଦ ବରଣ ଖୁଣ୍ଟିଆ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । କ୍ଳାପର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିକାଶ ଦାସ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।
ଏହି ୱେବିନାର ଭବାନୀ ପଟ୍ଟନାୟକ ଫାଉଣ୍ଡେସନ ତରଫରୁ ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟ ଏହି ଫାଉଣ୍ଡେସନ ତରଫରୁ ପ୍ରାୟ ୪୦ଟି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା ରଖାଯାଇଛି ବୋଲି ଟ୍ରଷ୍ଟ ସଦସ୍ୟ ଶ୍ରୀ ସୋମ ସୂଚନା ଦେଇଛନ୍ତି ।

related posts

Leave a Comment