Home Breaking News / ତାଜା ଖବର ହାଇଦ୍ରାବାଦରେ ଦିଆଗଲା ରୁଷୀୟ ଟିକା ‘ସ୍ପୁଟ୍‌ନିକ୍‌-୫’ର ପ୍ରଥମ ଡୋଜ୍‌

ହାଇଦ୍ରାବାଦରେ ଦିଆଗଲା ରୁଷୀୟ ଟିକା ‘ସ୍ପୁଟ୍‌ନିକ୍‌-୫’ର ପ୍ରଥମ ଡୋଜ୍‌

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭାରତରେ ଋଷିଆ ଟିକା ପ୍ରୟୋଗ ଆରମ୍ଭ କଲା ‘ଡକ୍ଟର୍‌ ରେଡିସ୍‌ ଲାବରେଟରୀ । ଦେଶରେ ଏହାର ଡୋଜ୍‌ପିଛା ମୂଲ୍ୟ ୯୯୫ ଟଙ୍କା ରହିବ । ଆଜି ହାଇଦ୍ରାବାଦରେ ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିସ୍’ କୋଭିଡ୍-୧୯ ନିରୋଧୀ ରୁଷୀୟ ‘ସ୍ପୁଟ୍‌ନିକ୍‌-୫’ର ପ୍ରଥମ ଡୋଜ୍ ପ୍ରୟୋଗ କରିବା ସହିତ ଏହା ସ୍ପଷ୍ଟ କରିଛି। ରୁଷ୍‌ରୁ ଆମଦାନି କରାଯାଇଥିବା ଏହି ଟିକା ଭାରତୀୟ ବଜାରରେ ଡୋଜ୍‌ପିଛା ଟ.୯୯୫.୪୦ରେ ମିଳିବ। ପରେ ଭାରତରେ ଏହି ଟିକା ଉତ୍ପାଦନ ହେଲେ ମୂଲ୍ୟ ହ୍ରାସ ପାଇ ପାରେ ବୋଲି ‘ଡକ୍ଟର୍ ରେଡିସ୍‌ ଲାବ୍ରଟରିସ୍‌’ କହିଛି। ଆଜି ହାଇଦ୍ରାବାଦସ୍ଥିତ ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରି’ରେ ‘ସ୍ପୁଟ୍‌ନିକ୍‌-୫’ର ପ୍ରଥମ ଡୋଜ୍‌ ନେଇଛନ୍ତି ‘କଷ୍ଟୁ୍ମ୍‌ ଫାର୍ମା ସର୍ଭିସ୍‌’ ବୈଶ୍ବିକ ମୁଖ୍ୟ ଦୀପକ ସାପ୍ରା। ସ୍ବଦେଶରେ ଉତ୍ପାଦନ ଓ ଯୋଗାଣ ଆରମ୍ଭ ହେଲେ ଏହାର ଦର ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିସ୍‌’ ସୂଚନା ଦେଇଛି।

related posts

Leave a Comment